ଭିଜିଲାନ୍ସ ଜାଲରେ ସିକୋ ଆରଆଇ, ୨୦ହଜାର ଟଙ୍କା ଲାଞ୍ଚ ନେବାବେଳେ ଗିରଫ

Published By : Prameya-News7 Bureau | July 05, 2024 IST

ଖୋର୍ଦ୍ଧା ୫ଲାଞ୍ଚ ନେବା ବେଳେ ଧରାପଡିଲେ ବେଗୁନିଆ ତହସିଲ ସିକୋ ଆରଆଇ ବିଶ୍ଵେଶ୍ଵର ରାଏ ବେହେରା । ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଓଡିଶା ଭିଜିଲାନ୍ସ ଟିମ୍ ହାତରେ ଧରାପଡି ଗିରଫ ହୋଇଛନ୍ତି । 

ଜଣେ ଅଭିଯୋଗକାରୀଙ୍କୁ ସରକାରୀ ଜମିରୁ ଗଛ କାଟିବା କାରଣରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଧମକ ଦେଇ ଲାଞ୍ଚ ମାଗିଥିଲେ । ଏନେଇ ସଂପୃକ୍ତ ବ୍ଯକ୍ତି ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଶୁକ୍ରବାର ନିଜସ୍ବ କାର୍ଯ୍ଯାଳୟରେ ଲାଞ୍ଚ ନେଉଥିବା ବେଳେ ପୂର୍ବ ଯୋଜନା ଅନୁସାରେ ଛକି ରହିଥିବା ଟିମ୍ ମାଡି ବସିଥିଲା । ତାଙ୍କ ଠାରୁ ରଙ୍ଗ ପ୍ରଲେପ ଦିଆ ଟଙ୍କା ଜବତ କରିଛନ୍ତି । ତାଙ୍କ ସରକାରୀ କାର୍ଯ୍ଯାଳୟ ସମେତ ୨ଟି ସ୍ଥାନରେ ଚଢାଉ ଜାରି ରହିଛି । ଏନେଇ ଭୁବନେଶ୍ବର ଭିଜିଲାନ୍ସ କାର୍ଯ୍ଯାଳୟରେ ୧୩/୨୪ରେ ଏକ ମାମଲା ରୁଜୁ ହୋଇଛି ।

You Can Read:

ଅଚାନକ ବିଦ୍ୟାଳୟ ପରିଦର୍ଶନ କଲେ ଜୟଦେବ ବିଧାୟକ, ପିଲାଙ୍କ ସମସ୍ୟା ପଚାରି ବୁଝିଲେ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.