ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା, ଜହ୍ନିକୁଦାରୁ ଯାଉଥିଲା ସାତପଡ଼ା

Published By : Prameya-News7 Bureau | June 15, 2024 IST

ବ୍ରହ୍ମଗିରି ୧୫।୦୬ : ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା । ଦୁଇ ଘଣ୍ଟା ଧରି ମଝି ଚିଲିକାରେ ଫସିରହିଛି ଯାତ୍ରୀବାହୀ ଡଙ୍ଗା । ଏହି ଡଙ୍ଗାରେ ୨୦ରୁ ଅଧିକ ଯାତ୍ରୀ ଥିବା ସୂଚନା ମିଳିଛି । ସମସ୍ତଙ୍କୁ ଉଦ୍ଧାର ପାଇଁ ଚାଲିଛି ପ୍ରୟାସ । 

ଖବର ଅନୁଯାୟୀ, ଶନିବାର ସକାଳ ୭ଟା ୩୦ ମିନିଟ ସମୟରେ ଜହ୍ନିକୁଦା ଘାଟରୁ ୧୦ଟି ବାଇକ୍‌ ସମେତ ୨୦ରୁ ଅଧିକ ଯାତ୍ରୀଙ୍କୁ ନେଇ ସାତପଡ଼ା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ମଏଁସା ନିକଟରେ ହଠାତ୍‌ ଯାନ୍ତ୍ରୀକ ତ୍ରୁଟି ଲାଗି ଡଙ୍ଗାଟି ଅଟକି ଯାଇଥିଲା । ଯାହାଫଳରେ ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । 

ସେପଟେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ପାଇଁ ପ୍ରୟାସ ଚାଲିଛି । ବର୍ତ୍ତମାନ ସୁଦ୍ଧା କୌଣସି ଯାତ୍ରୀ ଉଦ୍ଧାର ହୋଇଥିବା ସୂଚନା ମିଳିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.