ଚିଲିକା ମଝିରେ ଫସିଲା ବନ ବିଭାଗର ପାଟ୍ରୋଲିଂ ଡଙ୍ଗା, ଫସିଛନ୍ତି ୪ କର୍ମଚାରୀ

Published By : Prameya-News7 Bureau | August 04, 2024 IST

ଚିଲିକା ୪।୮: ଚିଲିକା ମଝିରେ ଫସିଲା ବନ ବିଭାଗର ପାଟ୍ରୋଲିଂ ଡଙ୍ଗା । ଡଙ୍ଗା ମେସିନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ପାଟ୍ରୋଲିଂ ଡଙ୍ଗାଟି ଫସି ରହିଛି । ଡଙ୍ଗାରେ ଅଛନ୍ତି ବନ ବିଭାଗର ୪ ଜଣ କର୍ମଚାରୀ । ଦୀର୍ଘ ୨ ଘଣ୍ଟା ଧରି ଚିଲିକା ମଝିରେ ଡଙ୍ଗାଟି ଫସି ରହିଛି । 

ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକ ଅଧିନସ୍ଥ ଜହ୍ନିକୁଦା ଘାଟରୁ ବାହାରିଥିଲା ଏହି ପାଟ୍ରୋଲିଂ ଡଙ୍ଗା । ଚିଲିକା ମଧ୍ୟରେ ଥିବା ଡଲଫିନ୍ ମାନଙ୍କୁ ସୁରକ୍ଷା ଦେବା ପାଇଁ ସକାଳୁ-ସକାଳୁ ବାହାରିଥିଲା ଡଙ୍ଗା, କିଛି ରାସ୍ତା ଅତିକ୍ରମ କରିବା ପରେ ଏହି ଅଘଟଣ ଘଟିଛି । ବର୍ତ୍ତମାନ ସୁଦ୍ଧା ଚିଲିକା ମଝିରେ ବନ ବିଭାଗରର ଏହି ପାଟ୍ରୋଲିଂ ଡଙ୍ଗା ଫସି ରହିଛି । ସମସ୍ତ ବନ କର୍ମଚାରୀ ଚିଲିକା ନୂଆପଡା ବନ୍ୟ ପ୍ରାଣୀ ବିଭାଗର ବୋଲି ଜଣାପଡିଛି ।

You Can Read:

ହଠାତ୍ ଗାଡି ଆଗକୁ ପଶିଗଲା ଷଣ୍ଢ, ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.