ବାଲିପାଟଣାରେ ଥମୁନି ଚୋରଙ୍କ ପ୍ରାଦୁର୍ଭାବ, ଶନି ଠାକୁରଙ୍କ ସୁନାର ଆଖି ଓ ରୁପା ମୁକୁଟ ଲୁଟିନେଲେ

Published By : Prameya-News7 Bureau | October 26, 2024 IST

ବାଲିପାଟଣା ୨୬/୧୦: ବାଲିପାଟଣାରେ ଥମୁନି ଚୋରଙ୍କ ପ୍ରାଦୁର୍ଭାବ । ଶନିବାରରେ ଶନି ଠାକୁରଙ୍କ ସୁନାର ଆଖି ଓ ରୂପା ମୁକୁଟ ତାଡି ନେଇଛନ୍ତି । ସକାଳୁ ପୂଜାକ ମନ୍ଦିର ଖୋଲିବାକୁ ଆସିବା ପରେ ମନ୍ଦିର କବାଟ ଭଙ୍ଗା ଯାଇଥିବା ଦେଖିଥିଲେ । ଭିତରକୁ ଯିବା ପରେ ଠାକୁରଙ୍କ ଆଖି ଓ ମୁକୁଟ ଚୋରି ହୋଇଯାଇଥିବା ଜାଣିବା ପରେ ଏ ସଂପର୍କରେ ଗାଁ ଲୋକଙ୍କୁ ଜଣାଇଥିଲେ । ଖବର ପାଇଁ ବନମାଳିପୁର ଫାଣ୍ଡି ପୋଲିସ ଛାନ୍‌ଭିନ୍‌ ଆରମ୍ଭ କରିଛି । ମନ୍ଦିରରେ ଆସିଥିବା ସିସିଟିଭିରେ ଚୋରି ବେଳର ଦୃଶ୍ୟ କଏଦ ହୋଇଛି ।

୨ଜଣ ଦୁର୍ବୃତ୍ତ ପ୍ରାୟ ଭୋର ୪ଟା ସମୟରେ ମନ୍ଦିରରେ ପଶିଥିଲେ । ରେନି କୋର୍ଟ,ଟୋପି, ମୁହଁରେ କପଡା ବାନ୍ଧି ଥିବା ସ୍ପଷ୍ଟ ଜଣାପଡୁଛି । ଏହା ପରେ ଉଭୟ ଗ୍ୟାସ କଟରରେ ମନ୍ଦିରର ଚାବି କାଟି ଭିତରକୁ ପଶିଥିଲେ । ଅଳଙ୍କାର ଲୁଟିବା ପରେ ଉଭୟ ଚମ୍ପଟ ମାରିଥିବା ଜଣାପଡିଛି । ଠାକୁରଙ୍କ ଅଳଙ୍କାର ଲୁଟ୍‌ ହୋଇଥିବା ଶୁଣି ମର୍ମାହତ ହୋଇଛନ୍ତି ଭକ୍ତ । ଏହି ଘଟଣା ପ୍ରଥମ ନୁହେଁ ପୂର୍ବରୁ ମଧ୍ୟ ଷୋଳ ପୂଜାରେ ମଧ୍ୟ ଭାପୁର ବେଲେଶ୍ବର ମନ୍ଦିର ଓ ଦେୱାନ ପାଟଣା ଦୁଲ୍ଲାଦେବୀଙ୍କ ମନ୍ଦିରରୁ ବିପୁଳ ପରିମାଣର ସୁନା ରୁପା ଅଳଙ୍କାର, ଅଷ୍ଟଧାତୁ ମୂର୍ତ୍ତି ସହ ଠାକୁରଙ୍କ ବାସନ,ନାଗ ମୂର୍ତ୍ତି ଚୋରି କରି ଧରାପଡିଥିଲେ ।  

 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.