ପୁରୁଣା ଲୋନ୍ ବନ୍ଦ କରି ନୂଆ ଲୋନ୍ ନେବାକୁ ଦେଲେ ପରାମର୍ଶ, ୩୪ ହଜାର ଟଙ୍କା ନେଇଗଲେ ସାଇବର ଠକ

Published By : Prameya-News7 Bureau | July 18, 2024 IST

ବାଲିପାଟଣା ୧୮: ସାଇବର ଠକଙ୍କ ଜାଲରେ ପଡ଼ିଲେ ଯୁବକ । ହରାଇଲେ ୩୪ ହଜାର ୩୫୦ ଟଙ୍କା । ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ମାଣିକପୁର ଗ୍ରାମର ଦୀପକ କାଠୁଆ ସାଇବର ଠକେଇର ଶିକାର ହୋଇଛନ୍ତି । 

ସୂଚନାଯୋଗ୍ୟ ଯେ, ଦୀପକଙ୍କର ଏଲ୍‌ ଆଣ୍ଡ ଟି ଫାଇନାନ୍ସରେ ଏକ ଲୋନ୍ ଥିଲା । ପୁରୁଣା ଲୋନ୍ ବନ୍ଦ କରି ୭ ଲକ୍ଷ ଟଙ୍କା ଋଣ କରିବାକୁ ନିଜକୁ ଏଲ୍ ଆଣ୍ଡ ଟି ଫାଇନାନ୍ସ କମ୍ପାନୀ କର୍ମଚାରୀ ପରିଚୟ ଦେଇ ସାଇବର ଠକ ଜଣକ ଦୀପକଙ୍କୁ ପରାମର୍ଶ ଦେଇଥିଲେ । ତେବେ ଅଗ୍ରୀମ ୩ଟି କିସ୍ତି ଡିପୋଜିଟ୍ କରିବାକୁ ପଡିବ । ସାଇବର ଠକ ଜଣକ ଏକ ଆକାଉଣ୍ଟ ନମ୍ବର ମଧ୍ୟ ଦେଇଥିଲା । ଦୀପକ ୨ଟି ପର୍ଯ୍ୟାୟରେ ଉକ୍ତ ଆକାଉଣ୍ଟରେ ୩୪ ହଜାର ୩୫୦ ଟଙ୍କା ଜମା କରିଥିଲେ । ପରବର୍ତ୍ତୀ ସମୟରେ ସାଇବର ଠକର ଫୋନ୍‌ଟି ସ୍ୱିଚ୍ ଅଫ ହୋଇଥିଲା । ଠକାମୀର ଶିକାର ହୋଇଥିବା ଜାଣିବା ପରେ ଦୀପକ ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । 

ପ୍ରତିଦିନ ନୂଆ ନୂଆ ତରିକାରେ ସାଇବର ଠକ ସାଧାରଣ ଲୋକଙ୍କୁ ଟାର୍ଗେଟ୍ କରୁଛନ୍ତି । ଏ ଘଟଣାରେ ଦୀପକ ଏକ ସାଙ୍ଘାତିକ ଅଭିଯୋଗ ମଧ୍ୟ ଆଣିଛନ୍ତି । ପ୍ରାଇଭେଟ୍ ଫାଇନାନ୍ସ କମ୍ପାନୀ ଗ୍ରାହକଙ୍କ ତଥ୍ୟ ସାଇବର ଠକଙ୍କୁ ଦେଉଛନ୍ତି । ଯେଉଁଥି ପାଇଁ ସାଧାରଣ ଲୋକଟିଏ ସାଇବର ଠକର ଫୋନ୍ କଲ୍‌କୁ ସହଜରେ ବିଶ୍ୱାସ କରି ନେଉଛନ୍ତି ଏବଂ ଠକେଇର ଶିକାର ହେଉଛନ୍ତି । ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ଦୀପକ ଦାବି କରିଛନ୍ତି ।

You Can Read:

କଟକରୁ ନକଲି ଚା’ କାରଖାନା ଠାବ, ଜବରଦଖଲ ଉଚ୍ଛେଦ ବେଳେ ଧରାପଡିଲା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.