ଚିଲିକା ମଝିରେ ଫସିଥିବା ଯାତ୍ରୀବାହୀ ଡଙ୍ଗା ଉଦ୍ଧାର, ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଫସିଥିଲା

Published By : Prameya-News7 Bureau | August 18, 2024 IST

ଟାଙ୍ଗୀ ୧୮।୮: ଚିଲିକା ମଝିରେ ଫସିଥିବା ଯାତ୍ରୀବାହୀ ଡ଼ଙ୍ଗା ଉଦ୍ଧାର ହୋଇଛି । ଯାନ୍ତ୍ରିକ ତ୍ରୁଟି ଦେଖାଯିବା ଫଳରେ ପୁରୀ ଜିଲ୍ଲାର ସାତପଡ଼ା ଘାଟ ନିକଟସ୍ଥ ମହିଁସା-ବ୍ରହ୍ମପୁର ନିକଟରେ ତଥା ଚିଲିକା ମଝିରେ ଫସି ରହିଥିଲା ଯାତ୍ରୀବାହୀ ଡ଼ଙ୍ଗା । ଡ଼ଙ୍ଗାରେ ୪୫ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କ ସମେତ ୨୨ ଟି ବାଇକ୍ ରହିଥିଲା । 

ଡଙ୍ଗାଟି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଜହ୍ନିକୁଦା ଘାଟରୁ ଯାତ୍ରୀଙ୍କୁ ନେଇ ସାତପଡା ଘାଟ ଅଭିମୁଖେ ଯାତ୍ରା କରୁଥିବା ବେଳେ ଅଧା ବାଟରେ ଅଘଟଣ ଘଟିଥିଲା । ଡଙ୍ଗାଟି ପ୍ରାୟ ୧ ଘଣ୍ଟା ଧରି  ଚିଲିକା ମଝିରେ ଫସି ରହିଥିବା ଜଣାପଡିଛି । ଅନ୍ୟପଟେ ଖବର ପାଇ ବୋଟ୍ ଆସୋସିଏସନ ପକ୍ଷରୁ ଆଉ ଏକ ଯାତ୍ରୀବାହୀ ଡଙ୍ଗା ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀ ମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରଖିଛି ।

You Can Read:

ସରକାରୀ ଟିକସ ହେରଫେର କରିଥିଲେ, GST ଆସିଷ୍ଟାଣ୍ଟ କମିଶନରଙ୍କୁ ବାନ୍ଧିଲା ଭିଜିଲାନ୍ସ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.