ଖୋର୍ଦ୍ଧା ଜିଲ୍ଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଅଧିକ

Published By : Prameya-News7 Bureau | July 12, 2024 IST

ଖୋର୍ଦ୍ଧା ୧୨: ଖୋର୍ଦ୍ଧା ଜିଲ୍ଲାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।  ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ଓଡିଶାରେ ଏକ ନମ୍ବର ସ୍ଥାନରେ ରହିଛି ଖୋର୍ଦ୍ଧା ଜିଲ୍ଲାରେ । ଜିଲ୍ଲାରେ ୧୨୦ ଡେଙ୍ଗୁ ରୋଗୀଙ୍କ ଚିହ୍ନଟ ହୋଇଛନ୍ତି । ଭୁବନେଶ୍ବରରେ ଅଧିକ ସଂଖ୍ୟକ ଡେଙ୍ଗୁ ରୋଗୀଙ୍କ ଥିବା ବେଳେ ଖୋର୍ଦ୍ଧା ଗ୍ରାମାଞ୍ଚଳରେ କମ୍ ସଂଖ୍ୟକ ଡେଙ୍ଗୁ ରୋଗୀଙ୍କ ଅଛନ୍ତି ବୋଲି ଖୋର୍ଦ୍ଧା ଜିଲ୍ଲା ମୁଖ୍ଯ ସ୍ବାସ୍ଥ୍ଯ ଅଧିକାରୀ ସୂଚନା ଦେଇଛନ୍ତି । ଡେଙ୍ଗୁ ରୋଗୀଙ୍କ ଚିକିତ୍ସା ପାଇଁ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ସରକାରୀ ଡାକ୍ତରଖାନାରେ ବ୍ୟବସ୍ଥା କରିଯାଇଛି । ଲୋକେ ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲା ମୁଖ୍ଯ ସ୍ବାସ୍ଥ୍ଯ ଅଧିକାରୀ । ସଚେତନ ଏବଂ ପରିବେଶକୁ ସୁରକ୍ଷିତ ରଖିବା ସହ ଉପଯୁକ୍ତ ଚିକିତ୍ସା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲା ମୁଖ୍ଯ ଚିକିତ୍ସା ଅଧିକାରୀ।

You Can Read:

ବାହୁଡାଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ, ରଥର ହେଉଛି ଦକ୍ଷିଣମୋଡ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.