ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟର ସ୍ନାତକ ପରୀକ୍ଷା ଫଳ ପ୍ରକାଶ

Published By : Prameya-News7 Bureau | June 22, 2024 IST

ଖୋର୍ଦ୍ଧା ୨୨।୬: ଖୋର୍ଦ୍ଧା ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟର ଷଷ୍ଠଦଶ ତମ ଶେଷ ବର୍ଷ ସ୍ନାତକ ପାଠ୍ୟକ୍ରମର ପରୀକ୍ଷା ଫଳ ପ୍ରକାଶ ପାଇଛି ।  ମୋଟ୍ ପାସ୍ ହାର ୮୦.୭ ପ୍ରତିଶତ ।   ଚଳିତ ବର୍ଷ ଛାତ୍ର ମାନଙ୍କ ଠାରୁ କଳା, ବିଜ୍ଞାନ, ବାଣିଜ୍ଯରେ ଛାତ୍ରୀମାନେ ଆଗରେ । ଛାତ୍ରୀମାନଙ୍କର ପାସ୍ ହାର ୯୩.୫ ପ୍ରତିଶତ । ଛାତ୍ର ମାନଙ୍କର ପାସ୍ ହାର ୮୫.୫ ପ୍ରତିଶତ । କଳା ବିଭାଗରେ ପାସ୍ ହାର ୮୬.୬ ପ୍ରତିଶତ ରହିଛି । ବିଜ୍ଞାନରେ ପାସ୍ ହାର ୯୨.୬ ଓ ବାଣିଜ୍ଯ ବିଭାଗରେ ପାସ୍ ୮୯.୮ ପ୍ରତିଶତ ରହିଛି । ବାଣିଜ୍ଯ ବିଭାଗରେ ଛାତ୍ରୀ ଶାଶ୍ବତୀ ବାହାଲି, କଳା ବିଭାଗର ଶିକ୍ଷା ସମ୍ମାନ ଛାତ୍ରୀ ଶୁଭଲକ୍ଷ୍ମୀ ପୃଷ୍ଟି , ବିଜ୍ଞାନ ବିଭାଗରେ କମ୍ପ୍ୟୁଟର ବିଜ୍ଞାନ ସମ୍ମାନର ଛାତ୍ରୀ ଦେବସ୍ବିନୀ ମହାରଣା ଶ୍ରେଷ୍ଠ  ସ୍ନାତକ ହୋଇଛନ୍ତି ।

You Can Read :

ଅଚାନକ ସ୍କୁଲ ପରିଦର୍ଶନ କଲେ ଗଣଶିକ୍ଷା ମନ୍ତ୍ରୀ, ବିଦ୍ୟାଳୟ ପରିସରକୁ ସଫାସୁତୁରା ରଖିବାକୁ ପରାମର୍ଶ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.