ସୁରକ୍ଷାକର୍ମୀଙ୍କୁ ସଫଳତା, ରାସ୍ତାରେ ଖଞ୍ଜା ଯାଇଥିବା IED ଠାବ

Published By : Prameya-News7 Bureau | May 30, 2024 IST

କନ୍ଧମାଳ ୩୦।୦୫: ସୁରକ୍ଷାକର୍ମୀଙ୍କୁ ସଫଳତା। ନକ୍ସଲଙ୍କ ଦ୍ୱାରା ଖଞ୍ଜା ଯାଇଥିବା ଆଇଇଡିକୁ ଉଦ୍ଧାର କରିଛନ୍ତି । କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନା ପାହିରା ପଞ୍ଚାୟତ ତିଲକପଙ୍ଗା ଜଙ୍ଗଲରୁ ହୋଇଛି ଠାବ । 

ଖବର ଅନୁଯାୟୀ, ଗୋଚ୍ଛାପଡ଼ା ଥାନା ପାହିରାଜୁ ପଞ୍ଚାୟତ ତିଲକପଙ୍ଗା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିଲା । ଏହି ସମୟରେ ଏହି ରାସ୍ତାରେ ଆଇଇଡି ଖଞ୍ଜା ଯାଇଥିବା ଗୁଇନ୍ଦା ସୂଚନା ପାଇଥିଲେ ସୁରକ୍ଷାକର୍ମୀ । ଏହାପରେ ଆକ୍ସନକୁ ଆସିଥିଲେ ସୁରକ୍ଷାକର୍ମୀ । ତିଲକାପଙ୍ଗା ଜଙ୍ଗଲରୁ ଶକ୍ତିଶାଳୀ ଆଇଇଡିକୁ ଠାବ କରିବା ପରେ ତାକୁ ନିଷ୍ଟ୍ରିୟ କରାଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.