ସ୍କୁଲ ବ୍ୟାଗ୍ କିଣିବାକୁ ଯାଇ ଫେରିନାହାନ୍ତି ମା’-ପୁଅ, ଥାନାରେ ଏତଲା ଦେଲେ ସ୍ବାମୀ

Published By : Prameya-News7 Bureau | August 03, 2024 IST

ବାଲିଗୁଡା ୩: କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅର୍ନ୍ତଗତ ମିଡ଼ିଆକିଆରେ ଅଭାବନୀୟ ଘଟଣା ଘଟିଛି l ତିନି ଦିନ ହେବ ମହିଳାଙ୍କ ପତ୍ତା ମିଳିନି l 

ସୂଚନାଯୋଗ୍ୟ ଯେ, ଗତ ୩୦ ତାରିଖ ଦିନ ମିଡ଼ିଆକିଆ ଗାଁର ସୁକେଶିନି କହଁର ନାମକ ମହିଳା ୭ ବର୍ଷର ପୁଅ ଅଂଶୁମାନଙ୍କୁ ଧରି ସ୍କୁଲ ବ୍ୟାଗ କିଣିବାକୁ ବାଲିଗୁଡ଼ା ବଜାରକୁ ଆସିଥିଲେ । ଘରକୁ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ସାହି ପଡିଶା, ବନ୍ଧୁ ବାନ୍ଧବ ଓ ବାଲିଗୁଡା ବଜାରରେ ଖୋଜାଖୋଜି କରିଥିଲେ ମଧ୍ୟ ମା’-ପୁଅଙ୍କ କୌଣସି ସନ୍ଧାନ ମିଳିନଥିଲା l ଏନେଇ ମହିଳାଙ୍କ ସ୍ଵାମୀ ସୂର୍ଯ୍ୟମଣି କହଁର ବାଲିଗୁଡ଼ା ଥାନାରେ ଏତଲା ଦେଇଥିବା ଜଣାପଡ଼ିଛି l

You Can Read:

ରାଜ୍ୟରେ ଶିଳ୍ପ ପ୍ରକଳ୍ପର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, କେନ୍ଦୁଝରରେ ମେଗା ଷ୍ଟିଲ ପ୍ଲାଣ୍ଟ ସ୍ଥାପନ ପାଇଁ ଗଠନ ହେବ ଟାସ୍କ ଫୋର୍ସ 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.