ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ଶୌଚାଳୟରୁ ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର

Published By : Prameya-News7 Bureau | June 16, 2024 IST

କନ୍ଧମାଳ ୧୬।୬: କନ୍ଧମାଳ ଜିଲ୍ଲା ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମେଡିସିନ ୱାର୍ଡ଼ର ମହିଳା ଶୌଚାଳୟରୁ ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର । 

ସୂଚନାଯୋଗ୍ୟ ଯେ, ମେଡିସିନ ୱାର୍ଡ଼ ମଧ୍ୟରେ ଥିବା ମହିଳା ଶୌଚାଳୟକୁ ଜଣେ ସୁଇପର ସଫା କରିବାକୁ ଯାଇଥିବା ବେଳେ ନବଜାତ ଶିଶୁ କନ୍ୟାର ମୃତଦେହ ପଡିଥିବା ଦେଖିଥିଲେ । ଏ ନେଇ ସଙ୍ଗେ ସଙ୍ଗେ ମେଡିକାଲ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ । ମେଡିକାଲ କର୍ତ୍ତୃପକ୍ଷ ଏନେଇ ଫୁଲବାଣୀ ଟାଉନ ଥାନାରେ ଅଭିଯୋଗ କରିବା ପରେ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁଟିର ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଶିଶୁଟିର କେଉଁ କାରଣରୁ ମୃତ୍ୟୁ ହେଲା, କିଏ ଏଠାରେ ପକାଇ ଚାଲିଗଲା ତାହାର କୌଣସି ସୂଚନା ମିଳିନଥିବା ବେଳେ ଟାଉନ ଥାନା ପୋଲିସ ଏନେଇ ୨୮/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ତଦନ୍ତକାରୀ ଅଧିକାରୀ ସରୋଜ ସାହୁଙ୍କ ଠାରୁ ସୂଚନା ମିଳିଛି ।

You Can Read :

ପିତୃ ଦିବସରେ ବାପାଙ୍କୁ ମନେ ପକାଇଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ‘ବାପା ଯେଉଁଠାରେ ଥିବେ ନିଶ୍ଚିତ ଆଜି ଖୁସି ହେଉଥିବେ’

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.