ପିତୃ ଦିବସରେ ବାପାଙ୍କୁ ମନେ ପକାଇଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ‘ବାପା ଯେଉଁଠାରେ ଥିବେ ନିଶ୍ଚିତ ଆଜି ଖୁସି ହେଉଥିବେ’

Published By : Prameya-News7 Bureau | June 16, 2024 IST

ଭଦ୍ରକ ୧୬।୬: ବିଶ୍ୱ ପିତୃ ଦିବସ । ବାପାଙ୍କର ପଦାଙ୍କ ଅନୁସରଣ କରୁଛନ୍ତି ସବୁ ସନ୍ତାନ । ଏମିତି ଦିନରେ ବାପାଙ୍କ ସମାଧି ପୀଠରେ ପହଞ୍ଚି ଆଶୀର୍ବାଦ ଭିକ୍ଷା କରିଛନ୍ତି ଓଡିଶା ସରକାରଙ୍କ ସର୍ବ କନିଷ୍ଠ ମନ୍ତ୍ରୀ । ଭଦ୍ରକ ଜିଲ୍ଲା ତିହିଡି ମଙ୍ଗରାଜପୁର ସ୍ଥିତ ସ୍ବର୍ଗତ ବିଷ୍ଣୁ ଚରଣ ସେଠୀଙ୍କ ସମାଧି ପୀଠରେ ପହଞ୍ଚି ବାପାଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବ ବ୍ୟାପାର, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ୩ ଗୋଟି ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ପରେ ନିଜ ଗାଁକୁ ଯାଇ ପ୍ରଥମେ ବାପାଙ୍କ ସମାଧି ପୀଠକୁ ଯାଇଥିଲେ । 

ଏହି ଅବସରରେ ସେ କହିଛନ୍ତି, ଆଜି ହେଉଛି ଏକ ସଂଯୋଗର ସମୟ । ପିତୃ ଦିବସ ପୁଣି ବାପାଙ୍କ ସାହିତ୍ୟ, ଭାଷା ଓ କବିତା ପ୍ରତି ଆସକ୍ତି ଥିବାବେଳେ ସେହିଭଳି ବିଭାଗରେ ତାଙ୍କୁ ଓଡିଶା ସରକାରରେ ମନ୍ତ୍ରୀ ଦାୟିତ୍ୱ ମିଳିଛି । ତେଣୁ ସେ ବାପାଙ୍କୁ ମନେ ପକାଇଛନ୍ତି । ବାପାଙ୍କ ଆବର୍ତ୍ତମାନରେ ସେ ବାପାଙ୍କ ଆଶୀର୍ବାଦକୁ ନେଇ ଆଗେଇ ଚାଲିଛନ୍ତି । ବାପାଙ୍କ ମାର୍ଗଦର୍ଶନକୁ ପାଥେୟ କରି ଆଗକୁ ଆସୁଛନ୍ତି । ବାପା ସ୍ବର୍ଗତ ବିଷ୍ଣୁ ଚରଣ ସେଠୀ ଯେଉଁଠାରେ ଥିବେ ନିଶ୍ଚିତ ଖୁସି ହେଉଥିବେ ବୋଲି ସେ କହିଛନ୍ତି । 

You Can Read :

ଗୁଣିଗାରେଡି ସନ୍ଦେହ, ବୋହୂର ଟାଙ୍ଗିଆ ଚୋଟରେ ଶ୍ବଶୁର ଗୁରୁତର

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.