ବାଲିଗୁଡା ପୋଲିସକୁ ସଫଳତା, ଡକାୟତି ରୂପା ଗହଣା ସହ ଜଣେ ଡକାୟତ ଗିରଫ

Published By : Prameya-News7 Bureau | June 08, 2024 IST

ବାଲିଗୁଡା ୮।୬: ବାଲିଗୁଡ଼ା ପୋଲିସକୁ ମିଳିଛି ବଡ଼ ସଫଳତା । ଗତ ୨୪ ତାରିଖ ଦିନ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ପାଟଖଣ୍ଡା ସାହିର ସନ୍ୟାସୀ ନାୟକ ନାମକ ଜଣେ ରୂପା ବ୍ୟବସାୟୀଙ୍କ ଠାରୁ ଗାଡ଼ିରୁ ପଡ଼ିବା ଅଭିନୟ କରି ଝାମ୍ପି ନେଇଥିଲେ ରୂପା ବ୍ୟାଗ୍ । ଏନେଇ ରୂପା ବ୍ୟବସାୟୀ ସଙ୍ଗେ ସଙ୍ଗେ ବାଲିଗୁଡ଼ା ଥାନାରେ ଅଭିଯୋଗ କରିଥିଲେ । 

ଅଭିଯୋଗ ଅନୁଯାୟୀ, ବାଲିଗୁଡ଼ା ପୋଲିସ ଏକ ମାମଲା ନମ୍ବର ୧୨୦/୨୪ ରୁଜୁ କରି ତଦନ୍ତ ଚଳାଇଥିଲା l ବାଲିଗୁଡା ଥାନା ଭାରପ୍ରାପ୍ତ ଅଧିକାରୀ ସୁଶାନ୍ତ ସାହୁ ଏକ ଟିମ୍ ଓ କ.ନୂଆଗାଁ ଥାନା ଅଧିକାରୀ ପି.ସ୍ୱରୂପ କିଶାନ, ଏକ ଟିମ୍ ମିଳିତ ଉଦ୍ୟମରେ ତନାଘନା କରି ଡକାୟତି କରିଥିବା ଯୁବକଙ୍କୁ ଧରିବାରେ ଉଦ୍ୟମ କରିଥିଲେ ଏବଂ ଧରିବାରେ ସଫଳ ହୋଇଥିଲେ l ପୋଲିସର ବଡ଼ ସଫଳତା ବୋଲି କୁହାଯାଇ ପାରିବ ଡକାୟତି କରିଥିବା ଯୁବକ ମାନଙ୍କ ଘର ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ମରାଠୀ ସାହିର। ଜଣକୁ ବାଲିଗୁଡ଼ା ପୋଲିସ୍ ଗିରଫ କରିବା ସହ ରୂପାକୁ ଜବତ କରି ଗିରଫ ଯୁବକକୁ କୋର୍ଟ ଚାଲାଣ କରିଥିବା କହିଛନ୍ତି ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧିକାରୀ ରାହୁଲ ଗୋଏଲ । ବାଲିଗୁଡ଼ା ପୋଲିସ ଜବତ କରିଥିବା ରୂପାକୁ ବ୍ୟବସାୟୀଙ୍କୁ ଫେରାଇଛନ୍ତି । ରୂପା ବ୍ୟବସାୟୀ ରୂପା ପାଇବା ପରେ ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧିକାରୀ ରାହୁଲ ଗୋଏଲ ଓ ଥାନା ଭାରପ୍ରାପ୍ତ ଅଧିକାରୀ ସୁଶାନ୍ତ କୁମାର ସାହୁଙ୍କୁ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି । 

You Can Read :

ନଦୀରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.