ଭୁବନେଶ୍ୱର: ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ୍ (ବିଆଇପିଏଫ୍)ପକ୍ଷରୁ ୨୦୧୪ ମସିହାରେ ସ୍ଥାପିତ ସମ୍ମାନଜନକ ‘ଶାମ୍ଭବୀ ପୁରସ୍କାର’ ପାଇଁ ଆବେଦନ କରିବାକୁ ଆହ୍ଵାନ କରାଯାଇଛି। ଓଡ଼ିଶାରେ ସାମାଜିକ ପରିବର୍ତ୍ତନକାରୀଙ୍କ ଉଲ୍ଲେଖନୀୟ ଅବଦାନକୁ ସମାନ୍ନିତ କରିବା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଉଛି। ସାମାଜିକ କାର୍ଯ୍ୟରେ ନିଜକୁ ସମର୍ପିତ କରିଥିବା ଏହି ବ୍ୟକ୍ତିମାନେ ଗୋଷ୍ଠୀମାନଙ୍କ ଉତ୍ଥାନ ଓ ସକାରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ନିରନ୍ତର ଉଦ୍ୟମ କରୁଛନ୍ତି। ଏହି ପୁରସ୍କାର ସେମାନଙ୍କ କଠିନ ପରିଶ୍ରମକୁ ସଠିକ୍ ପ୍ରତିପାଦନ କରିବ।
ଶାମ୍ଭବୀ ପୁରସ୍କାର ରାଶିରେ ଚଳିତ ବର୍ଷ ଯଥେଷ୍ଟ ବୃଦ୍ଧି କରାଯାଇଛି । ଏହାର ମୁଖ୍ୟ ବିଜେତାଙ୍କୁ ସାଇଟେସନ ସହିତ, ଟ୍ରଫି ଏବଂ ପୂର୍ବରୁ ପ୍ରଦାନ କରାଯାଉଥିବା ନଗଦ ପୁରସ୍କାର ରାଶିକୁ ଅଢେଇ ଲକ୍ଷରୁ ୫ ଲକ୍ଷ ଟଙ୍କା କୁ ବୃଦ୍ଧି କରାଯାଇଛି। ଏହା ସହିତ ଜୁରୀ, ପ୍ରଶଂସା ପତ୍ର ବିଜେତାଙ୍କ ନଗଦ ପୁରସ୍କାର ରାଶିକୁ ୫୦ ହଜାରରୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।
ଶାମ୍ଭବୀ ପୁରସ୍କାରର ୧୨ ତମ ସଂସ୍କରଣ ପାଇଁ ବର୍ତ୍ତମାନ ଆବେଦନ ଗ୍ରହଣ କରାଯାଉଛି । ଆବେଦନ ପାଇଁ ଆଶାୟୀମାନେ www.bipf.org.in.ରେ ଲଗ୍ ଇନ୍ କରି ପାରିବେ। ଦୂରଗାମୀ ପ୍ରଭାବ, ଦୀର୍ଘସ୍ଥାୟୀତ୍ୱ, ଗୋଷ୍ଠୀ ଯୋଗଦାନ, ପରିମାପ, ନବସୃଜନ ଏବଂ ହିତାଧିକାରୀଙ୍କ ସଂଖ୍ୟା ଭଳି କିଛି ମାନଦଣ୍ଡ ଆଧାରରେ ମୂଲ୍ୟାଙ୍କନ କରାଯାଇ ପୁରସ୍କାର ପାଇଁ ଯୋଗ୍ୟ ବ୍ୟକ୍ତିଙ୍କ ଚୟନ କରାଯାଇଥାଏ।ପ୍ରତି ବର୍ଷ ସରକାରୀ କଳ, ଶିକ୍ଷାନୁଷ୍ଠାନ, ଉଦ୍ୟୋଗ, ଗଣମାଧ୍ୟମ ଏବଂ ବିଆଇପିଏଫ୍ ର ଜଣେ ପ୍ରତିନିଧିଙ୍କୁ ନେଇ ନେଇ ଗଠିତ ଏକ ସ୍ୱତନ୍ତ୍ର ବିଚାରକ ମଣ୍ଡଳୀ ବିଜେତାମାନଙ୍କୁ ଚୟନ କରିଥାନ୍ତି ।
ଏହି ଅବସରରେ ବଂଶୀଧର ଇଲା ଫଣ୍ଡା ଫାଉଣ୍ଡେସନ୍ ସିଇଓ ଏବଂ ଟ୍ରଷ୍ଟି ତଥା ଇମ୍ଫା ସିଏସ୍ଆର (ସ୍ୱତନ୍ତ୍ର ପଦକ୍ଷେପ) ର ମୁଖ୍ୟ ଶ୍ରୀମତି ଶୈଫାଳିକା ପଣ୍ଡା ଏହି ପଦକ୍ଷେପ ଉପରେ ଗୁରୁତ୍ଵାରୋପ କରି କହିଛନ୍ତି ଯେ, “ବଂଚିତ ଲୋକମାନଙ୍କ ସେବା କରିବା ଓ ସାମାଜିକ ପରିବର୍ତ୍ତନ ଦିଗରେ ପ୍ରଭାବୀ ପଦକ୍ଷେପ ନେବା ଆମର ଦାୟିତ୍ୱ । ଶମ୍ଭାବୀ ପୁରସ୍କାର ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ଆଗଧାଡ଼ିର ସାମାଜିକ କାର୍ଯ୍ୟକର୍ତ୍ତାଙ୍କସାମୂହିକ ବିକାଶ ନିମନ୍ତେ ସେମାନଙ୍କ ଦୂରଦୃଷ୍ଟି ଓ ଅଭିଳାଶାକୁ ତ୍ୱରାନ୍ୱିତ କରିବା ପାଇଁ ଏକ ମଂଚ ପ୍ରଦାନ କରୁଛି । “