ଭଦ୍ରକ ଦିଅରକୁଣ୍ଡରେ ଦେବ ଦମ୍ପତିଙ୍କ ବିବାହ ସମ୍ପନ୍ନ, ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ

Published By : Prameya-News7 Bureau | November 20, 2024 IST

ଭଦ୍ରକ ୨୦।୧୧: ଭଦ୍ରକ ବ୍ଲକ ଅନ୍ତର୍ଗତ କାଉପୁର ପଞ୍ଚାୟତରେ ଦେବ ଦମ୍ପତିଙ୍କ ବିବାହ ସମ୍ପନ୍ନ ହୋଇଛି । ଦୀର୍ଘ ବର୍ଷ ଧରି ଚାଲି ଆସୁଛି ଏହି ପରମ୍ପରା । ଏଠାରେ ପ୍ରଭୁ ରାମ ଓ ମାତା ସୀତାଙ୍କ ବିବାହ ବେଶ ଆଡମ୍ବର ସହକାରେ ପାଳନ କରାଯାଏ । ତ୍ରେତେୟା ଯୁଗରେ ରାଜା ଦଶରଥଙ୍କ ଆଦେଶ କ୍ରମେ ପ୍ରଭୁ ରାମ, ମାତା ସୀତା ଓ ଭ୍ରାତା ଲକ୍ଷ୍ମଣ ୧୪ ବର୍ଷର ବନବାସ ସମୟରେ ଆସି ସାଳନ୍ଦୀ ନଦୀ କୂଳରେ ଆସି ଏଠାରେ ହିଁ ବସବାସ କରିଥିଲେ । ଦୀର୍ଘ ଦିନ ଏଠାରେ ରହଣି ସମୟରେ ଏଠାରେ ସୀତାଙ୍କ ସ୍ନାନ ପାଇଁ କରିବା ପାଇଁ ଲକ୍ଷ୍ମଣ ଶର ବିଦ୍ଧ କରି ଏଠାରେ କୁଣ୍ଡ କରିଥିଲେ । ସେହି ଦିନ ଠାରୁ ଏଠାରେ ଦିଅରକୁଣ୍ଡ ଅଛି । ପ୍ରତିବର୍ଷ ଏଠାରେ ମଧ୍ୟ ଦିଅରକୁଣ୍ଡ ମେଳା ମଧ୍ୟ ଅନୁଷ୍ଠିତ ହୋଇଥାଏ । ପରେ ପରେ ଏଠାରେ ଏକ ଭବ୍ୟ ରାମ ମନ୍ଦିର ଗଢି ଉଠିଥିଲା । ପ୍ରତି ବର୍ଷ କୃଷ୍ଣ ପକ୍ଷ ପଞ୍ଚମୀ ତିଥିରେ ଏଠାରେ ପ୍ରଭୁ ରାମ, ମାତା ସୀତାଙ୍କ ବିବାହ ଅନୁଷ୍ଠିତ ହୁଏ । ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ବାଜା ବାଜିବା ସହ ବିବାହ ଶୋଭାଯାତ୍ରାରେ ଗାଁ ଦାଣ୍ଡ କମ୍ପି ଉଠିଥାଏ । 

ଚଳିତ ବର୍ଷ ସେହି ତିଥିରେ ବିବାହ ବେଶ ଆଡମ୍ବର ସହକାରେ ସମାପନ ହୋଇଛି । ଗାଁରୁ ବର ବେଶରେ ପ୍ରଭୁ ରାମଚନ୍ଦ୍ର ବାଜା, ବାଣ, ରୋଷଣୀ ଓ ଶୋଭାଯାତ୍ରା ବାହାରିଥିଲା । ଦୀର୍ଘ ରାସ୍ତା ରାମମନ୍ଦିର ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯାଇ ପହଞ୍ଚିଥିଲେ ରାମ ମନ୍ଦିରରେ।  ଏହି ଶୋଭାଯାତ୍ରାରେ ଆଖପାଖ ଅଞ୍ଚଳର ସବୁ ବର୍ଗର ଲୋକେ ସାମିଲ ହୋଇଥିଲେ । ଝାଞ୍ଜ, ମୃଦଙ୍ଗ, କୁବୁଜିର, ଶଙ୍ଘନାଦର ତାଳେ ତାଳେ ହରି ନାମ ପକାଇ ଚାଲିଥିଲା ବିବାହ ଶୋଭାଯାତ୍ରା । କିଛି ଯୁବ ପିଢି ମଧ୍ୟ ଡିଜେର ତାଳେ ତାଳେ ଏହି ଶୋଭାଯାତ୍ରାରେ ସାମିଲ ବେଶ ନାଚି ଚାଲିଥିଲା । ଏହି ରାସ୍ତା ଅତିକ୍ରମ କରି ବରକୁ ଧରି ବରଯାତ୍ରୀ ରାମ ମନ୍ଦିର ପାଖରେ ପହଞ୍ଚିଥିଲେ ବରଯାତ୍ରୀ । ବରକୁ ବାଟ ବରଣୀ କରି କନ୍ୟା ଘରର ଲୋକେ ପାଛୋଟି ନେଇଥିଲେ ବିବାହ ମଣ୍ଡପକୁ । ରିତିନୀତି ଅନୁସାରେ ଦେବ ଦମ୍ପତିଙ୍କ ବିବାହ ଦେଖିବା ପାଇଁ ସମାଗମ ହୋଇଥିଲେ ହଜାର ଲୋକେ । ମନ୍ତ୍ର ଉଚ୍ଚାରଣ, ହରି ନାମ, ଜୟ ଶ୍ରୀ ରାମ ଧ୍ବନୀରେ ବିବାହ କାର୍ଯ୍ୟ ଚାଲିଥିଲେ । ହୋମ ଅଗ୍ନିରେ ବିବାହ କାର୍ଯ୍ୟ ଚାଲିଥିଲା । ସବୁଆଡେ ଭକ୍ତି ମୟ ପରିବେଶ, ସମସ୍ତେ ନିଜ ପରିବାରର ସଦସ୍ୟଙ୍କ ବିବାହ ଭାବି ଏହାକୁ ଉପଭୋଗ କରିଚାଲିଥିଲେ ।

ଗୋଟିଏ ପଟରେ ଦେବ ଦମ୍ପତିଙ୍କ ବିବାହ ଚଲିଥିବା ବେଳେ ଅନ୍ୟ ପଟେ ବରଯାତ୍ରୀଙ୍କ ନିର୍ଦ୍ଧଷ୍ଟ ସ୍ଥାନରେ ପ୍ରସାଦ ସେବନ କରାଯାଇଥାଏ । ସେମାନେ ମଧ୍ୟ ଏହି ପ୍ରସାଦ ସେବନ କରି ଏହି ବିବାହ କାର୍ଯ୍ୟକୁ ଉପଭୋଗ କରିଥାଆନ୍ତି । ସ୍ଥାନୀୟ ବାସିନ୍ଦା ମଧ୍ୟ ନିଜ ପରିବାର ସଦସ୍ୟର ବିବାହ ପରି ଏହାକୁ ସମାପନ କରିଥିଲେ । ଆୟୋଜକ ମାନେ ମଧ୍ୟଏହାକୁ ସରସ ସୁନ୍ଦର କରିବା ବେଶ ଭଲ ପ୍ରୟାସ କରିଛନ୍ତି । ଏଠାକୁ ଆସୁଥିବା ଶ୍ରଦ୍ଧାଳୁ ମାନେ ବିବାହ ଦେଖିବା ସହ ନିକଟରେ ଥିବା ଦିଅରକୁଣ୍ଡରେ ସ୍ନାନ ବା ଜଳ ସିଞ୍ଚନ କରି ପବିତ୍ର ହୋଇଥାଆନ୍ତି । ପୁରପଲ୍ଲୀରେ ଏଭଳି ନିଆରା ବିବାହ ସମସ୍ତଙ୍କୁ ଭକ୍ତି ଭାବରେ ବାନ୍ଧି ପକାଇଥାଏ । ଏହାକୁ ଦେଖିବା ପାଇଁ ଆଖାପାଖ ପଞ୍ଚାୟତର ଲୋକେ ରୁଣ୍ଡ ହୋଇ ବିବାହକୁ ଦେଖନ୍ତି । ପୌରଣିକ ଗଥାକୁ ମଧ୍ୟ ହୃଦୟଙ୍ଗମ କରିଥାଆନ୍ତି ।

You Can Read:

ମୋରଡା ସୁନାହଜାରୀ ଜଙ୍ଗଲରେ ହାତୀର ମୃତଦେହ ଠାବ, ମୃତ୍ୟୁର କାରଣ ଅସ୍ପଷ୍ଟ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.