ଦୋହାରେ ପ୍ରବାସୀ ଓଡିଆ ସଂଗଠନ 'ଉତ୍କଳିକା କାତାର' ତରଫରୁ ଦୀପାବଳି ଏବଂ କାର୍ତ୍ତିକ ପୂର୍ଣ୍ଣିମା ପାଳିତ

Published By : Prameya-News7 Bureau | November 20, 2024 IST

ଭୁବନେଶ୍ଵର: ପ୍ରବାସୀ ଓଡିଆ ସଂଗଠନ 'ଉତ୍କଳିକା କାତାର' ତରଫରୁ କାତାର ଦେଶରେ ରହୁଥିବା ଓଡିଆ ମାନଙ୍କୁ ନେଇ ଆଲୋକର ପର୍ବ ଦୀପାବଳି ଏବଂ କାର୍ତ୍ତିକ ପୂର୍ଣିମା ଉତ୍ସବ ଖୁବ୍ ଧୂମ୍ ଧାମ ରେ ଦୋହାସ୍ଥିତ ଭାରତୀୟ ସାଂସ୍କୃତିକ କେନ୍ଦ୍ର(ICC) ଠାରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ କାତାରସ୍ଥିତ "Birla Public School" ର Principal ଡ. ଆନନ୍ଦ ନାୟାର, ବଙ୍ଗୀୟ ପରିଷଦର ସଭାପତି ସୌମ୍ୟା ସିକଦାର, ବଙ୍ଗୀୟ ପରିଷଦ ର ସାଧାରଣ ସଂପାଦକ ସୋମନାଥ ମାଝି ଦୀପ ପ୍ରଜ୍ୱଳନ କରିଥିଲେ। 

'ଉତ୍କଳିକା କାତାର' ର ସଭାପତି ଡା. ବସନ୍ତ କୁମାର କବି ସ୍ୱାଗତ ଭାଷଣରେ ଓଡିଆ ସଂସ୍କୃତିରେ ଦୀପାବଳୀ, କାର୍ତ୍ତିକ ପୂର୍ଣିମା ଓ ବୋଇତ ବନ୍ଦାଣର ପରମ୍ପରା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲେ ଓଡିଆ ଚଳଚ୍ଚିତ୍ର ଜଗତର ସୁନାମଧନ୍ୟ ପ୍ରଚ୍ଛଦପଟ ଗାୟକ ବିଷ୍ଣୁ ମୋହନ କବି। କାର୍ଯ୍ୟକ୍ରମରେ ୨୦୦ ରୁ ଅଧିକ ପ୍ରବାସୀ ଓଡିଆ ଯୋଗଦେଇ ବିଷ୍ଣୁ ମୋହନଙ୍କ ସଙ୍ଗୀତର ତାଳେ ତାଳେ ଝୁମି ଉଠିଥିଲେ ।

ଏଥି ସହିତ ସଙ୍ଗଠନର କଳାକାରମାନଙ୍କ ଦ୍ଵାରା ପ୍ରସ୍ତୁତି ଓଡିଶୀ ନୃତ୍ୟ,ସଂଗୀତ, ଆଧୁନିକ ନୃତ୍ୟ ଆଦି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଇଥିଲେ। ସଂଗଠନର ଉପସଭାପତି ନିହାର ରଞ୍ଜନ ମହାନ୍ତି, ସାଧାରଣ ସଂପାଦକ ଅବିନାଶ ଆଚାର୍ଯ୍ୟ, ଯୁଗ୍ମ ସଂପାଦିକା ଇପ୍ସିତା ଶତପଥୀ, ସାଂସ୍କୃତିକ  ସଂପାଦକ ସାଗର ମହାନ୍ତି ଓ  ସାଂସ୍କୃତିକ ସହ ସଂପାଦକ ଓମ୍ ପ୍ରକାଶ ପରିଡା ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.