ଭଦ୍ରକ ୨୦।୧୧: ଭୋଜି କରିବା ପାଇଁ ଡ଼ାକିଲେ, ଖାଇ ସାରି ହାତ ଧୋଇବା ବେଳେ ପଛ ପଟୁ ହାଣି ଦେଲେ । ପରେ ଘର ନିକଟରେ ଆଣି ଫିଙ୍ଗିଦେଲେ । ପୂର୍ବତନ ସରପଞ୍ଚଙ୍କୁ ଏମିତି ଭାବେ ହତ୍ୟା କରାଯାଇଥିବା ଖବର ମିଳିଛି । ପୋଲିସ ଘଟଣାସ୍ଥଳରେ ସିନ୍ ରିକ୍ରିଏସନ କରିଥିଲେ ବି ଘଟଣାକୁ ନେଇ ମୁଁହ ଖୋଲିନାହିଁ ।
ଗତ ନଭେମ୍ବର ୧୩ ତାରିଖ ରାତିରେ ଭଦ୍ରକ ବନ୍ଧଗାଁର ପୂର୍ବତନ ସରପଞ୍ଚ ହତ୍ୟା ଘଟଣା ପରେ ପୁଣି ଥରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି ଗ୍ରାମାଞ୍ଚଳ ପୋଲିସ । ୪ ଜଣ ଅଜଣା ଅଭିଯୁକ୍ତଙ୍କୁ ନେଇ ବିଭିନ୍ନ ଅଞ୍ଚଳରେ ଯାଞ୍ଚ କରିଛି ଭଦ୍ରକ ଗ୍ରାମାଞ୍ଚଳ ପୋଲିସ । ଗତ ୧୩ ତାରିଖ ରାତିରେ ବନ୍ଧଗାଁ ସରପଞ୍ଚ ଚିତ୍ତ ରଞ୍ଜନ ରାଉତଙ୍କୁ ହତ୍ୟା କରାଯାଇଥିଲା । ଗ୍ରାମାଞ୍ଚଳ ପୋଲିସ ଝାଟିଆ କେନାଲ ବନ୍ଧ ନିକଟରେ ଏହି ହତ୍ୟାକାଣ୍ଡ ହୋଇଥିବା ବେଳେ ଘଟଣାରେ ବ୍ୟବହୃତ ଲୁହା କଟୁରୀ ସହ ଅଭିଯୁକ୍ତ ମାନେ ଭାଙ୍ଗି ଫୋପାଡ଼ି ଥିବା ଚିତ୍ତ ରଞ୍ଜନଙ୍କ ଭଙ୍ଗା ମୋବାଇଲ ସହ ଜୋତାକୁ ସିଜ୍ କରିଛି ପୋଲିସ । ପୋଲିସ ଅଭିଯୁକ୍ତ କୁହାଯାଉଥିବା ଯୁବକଙ୍କୁ ନେଇ ପଚରାଉଚରା କରିଛି । ତେବେ ବିଶ୍ବସ୍ଥ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମୃତଦେହ ମିଳିବା ପୂର୍ବଦିନ ରାତିରେ ଅଭିଯୁକ୍ତ ମାନେ ଚିତ୍ତ ରଞ୍ଜନଙ୍କୁ ଭୋଜି ପାଇଁ ଡାକିଥିଲେ । ଚିତ୍ତ ଖାଇ ସାରି ହାତ ଧୋଇବା ବେଳେ ତାଙ୍କୁ ପଛରୁ ଆକ୍ରମଣ କରାଯାଇଥିଲା । ତାଙ୍କ ମୃତ୍ୟୁ ହୋଇଥିବା ଜାଣି ସେଠାରୁ ନେଇ ତାଙ୍କୁ ନେଇ ଘର ନିକଟ ଏକ ବିଲରେ ଫିଙ୍ଗି ଦେଇଥିଲେ । କିନ୍ତୁ ଘଟଣାରେ ଅଧିକ ତଦନ୍ତ ଚାଲିଥିବାରୁ ପୋଲିସ କୌଣସି ତଥ୍ୟ ଦେଇ ନାହିଁ ।
You Can Read:
ଭଦ୍ରକ ଦିଅରକୁଣ୍ଡରେ ଦେବ ଦମ୍ପତିଙ୍କ ବିବାହ ସମ୍ପନ୍ନ, ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ