କ'ଣ ମଧ୍ୟପ୍ରଦେଶରେ ବିଜେପିଠୁ କ୍ଷମତା ଛଡ଼ାଇ ପାରିବ କଂଗ୍ରେସ ? ସାମ୍ନାକୁ ଆସିଲା OPINION POLL

Published By : Prameya-News7 Bureau | June 15, 2023 IST

ନୂଆଦିଲ୍ଲୀ:  ଚଳିତ ବର୍ଷ ଶେଷ ଆଡ଼କୁ ମଧ୍ୟ ପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ରାଜ୍ୟରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ ସିଧାସଳଖ ମୁକାବିଲା ହେବ। ବିଜେପିକୁ କ୍ଷମତାଚ୍ୟୁତ୍ କରିବାକୁ ଅଣ୍ଟା ଭିଡିଛି କଂଗ୍ରେସ। ଅନ୍ୟପଟେ ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ଏହି ବଡ଼ ରାଜ୍ୟରୁ ପରାଜିତ ହେବାକୁ ଚାହୁଁନି। ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ଦୁଇ ଦଳ ପକ୍ଷରୁ ପ୍ରଚାର ଅଭିଯାନ ଆରମ୍ଭ ହୋଇ ଯାଇଛି। ଜନତାଙ୍କୁ ବଡ଼ ବଡ଼ ପ୍ରତିଶ୍ରୁତି ଦିଆଯାଉଛି। ତେବେ କାହାର ପ୍ରତିଶ୍ରୁତି ନିର୍ବାଚନ ବୈତରଣୀ ପାରି କରୁଛି ତାହା ନିର୍ବାଚନର ଫଳାଫଳରୁ ଜଣା ପଡ଼ିବ। କିନ୍ତୁ ଏହା ପୂର୍ବରୁ ସାମ୍ନାକୁ ଆସିଥିବା ସଦ୍ୟତମ ସର୍ଭେରେ ବିଜେପି ଆଗୁଆ ଥିବା ଦେଖିବାକୁ ମିଳିଛି। ସର୍ଭେରେ ୪୬ ହଜାର ଲୋକଙ୍କ ମତାମତ ନିଆଯାଇଛି।

Shivraj hits out at Kamal Nath-government over proposed Sita temple in Sri  Lanka | India News – India TV

ଓପିନିୟନ ପୋଲ୍ ଅନୁଯାୟୀ, ରାଜ୍ୟରେ ପୁନର୍ବାର ଶିବରାଜ ସିଂ ଚୌହାନଙ୍କ ନେତୃତ୍ଵରେ ବିଜେପି ସରକାର ଗଠନ କରିପାରେ। ବିଜେପିକୁ ୪୫ ପ୍ରତିଶତ ଭୋଟ୍ ମିଳିବାର ସମ୍ଭାବନା ଥିବା ବେଳେ କଂଗ୍ରେସକୁ ୩୯ ପ୍ରତିଶତ ଭୋଟ୍ ମିଳିପାରେ। ସିଟ୍ ଉପରେ ନଜର  ପକାଇଲେ ବିଜେପି ୧୧୯ରୁ ୧୨୯ ସିଟ୍ ଏବଂ କଂଗ୍ରେସ ୯୪ରୁ ୧୦୪ ସିଟ୍ ଜିତି ପାରନ୍ତି। ଅନ୍ୟ ଦଳ ୧୬ ପ୍ରତିଶତ ଭୋଟ୍ ସହ ୪-୯ ସିଟ୍ ଜିରିବାର ସମ୍ଭାବନା ଥିବା ସର୍ଭେରେ କୁହାଯାଇଛି।

କିଏ ମୁଖ୍ୟମନ୍ତ୍ରୀ ହିସାବରେ ପ୍ରଥମ ପସନ୍ଦ

ସର୍ଭେରେ ସାମିଲ୍ ଲୋକଙ୍କ ମତରେ ଶିବରାଜ ସିଂ ଚୌହାନ ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ପସନ୍ଦ। ୩୬ ପ୍ରତିଶତ ଶିବରାଜଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ପସନ୍ଦ ମାନିଥିବା ବେଳେ ୨୩ ପ୍ରତିଶତ କମଲନାଥଙ୍କ ପସକ୍ଷରେ କହିଛନ୍ତି। ମାତ୍ର ୬ ପ୍ରତିଶତ ଦିଗବିଜୟ ଏବଂ ୧୦ ପ୍ରତିଶତ ଲୋକ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ଚାହାନ୍ତି ବୋଲି ପୂର୍ବାନୁମାନ କରାଯାଇଛି।

Former Madhya Pradesh CM Shivraj Singh Chouhan meets Kamal Nath, discusses  various issues

କଣ ହେବ ବଡ଼ ନିର୍ବାଚନୀ ପ୍ରସଙ୍ଗ

ରାଜ୍ୟର୨୨ ପ୍ରତିଶତ ଲୋକଙ୍କ ମତରେ ବେରୋଜଗାର ହେଉଛି ସବୁଠୁ ବଡ଼ ନିର୍ବାଚନୀ ପ୍ରସଙ୍ଗ। ୧୬ ପ୍ରତିଶତ ବିକାଶକୁ ସବୁଠୁ ବଡ଼ ପ୍ରସଙ୍ଗ ମାନିଥିବା ବେଳେ ୬ ପ୍ରତିଶତ ଆଇନ ଶୃଙ୍ଖଳା ଏବଂ ୧୧ ପ୍ରତିଶତ କୃଷକ ସମସ୍ୟାକୁ ବଡ଼ ପ୍ରସଙ୍ଗ ମାନିଛନ୍ତି। ୧୦ ପ୍ରତିଶତ ଦୁର୍ନୀତିକୁ ଏବଂ ୧୪ ପ୍ରତିଶତ ଦରବୃଦ୍ଧିକୁ ପ୍ରମୁଖ ପ୍ରସଙ୍ଗ କହିଛନ୍ତି।

ମୋଦୀ କେତେ ବଡ଼ ଫ୍ୟାକ୍ଟର ହେବେ

ବିଧାନସଭା ନିର୍ବାଚନ ପୂର୍ବରୁ ଜନତାଙ୍କୁ ମୋଦୀ ସରକାରଙ୍କ କାମକୁ ନେଇ ମଧ୍ୟ ପ୍ରଶ୍ନ ହୋଇଥିଲା। ୪୬ ପ୍ରତିଶତ ପ୍ରଧାନମନ୍ତ୍ରୀ ମୋଦୀଙ୍କ କାମକୁ ବହୁତ ଭଲ ବୋଲି କହିଛନ୍ତି। ୪୪ ପ୍ରତିଶତ ସନ୍ତୋଷଜନକ କହିଥିବା ବେଳେ ୯ ପ୍ରତିଶତ ବହୁତ ଖରାପ ବୋଲି କହିଛନ୍ତି। ୧ ପ୍ରତିଶତ ନିଜର ରାୟ ଦେଇ ନାହାନ୍ତି।

wp:heading {"level":4}

ଏ ଖବର ପଢନ୍ତୁ- ‘ଦେଶରେ ମୋଦୀ, ମହାରାଷ୍ଟ୍ରରେ ସିନ୍ଦେ’, ବିଜ୍ଞାପନରେ ଫଡ଼ଣବିସଙ୍କୁ ଅଣଦେଖା, ବିଜେପି-ଶିବସେନା ମେଣ୍ଟରେ ଘନେଇଲା ବିବାଦ !

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.