ନୂଆଦିଲ୍ଲୀ: ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ । ମାର୍ଚ୍ଚ ୧୪ ତାରିଖ ଅର୍ଥାତ୍ ଦୋଳ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ଲାଗିଛି । ହେଲେ ଏହା ଭାରତରେ ଦୃଶ୍ୟମାନ ହେବ ନାହିଁ । ଶୁକ୍ରବାର ସକାଳ ୯ ଟା ୨୯ ମିନିଟ୍ରୁ ଆରମ୍ଭ ହୋଇ ଅପରାହ୍ଣ ୩ଟା ୨୯ରେ ଶେଷ ହେବ । ଚନ୍ଦ୍ରଗ୍ରହଣ ସକାଳ ସମୟରେ ଲାଗୁଛି ଥିବାରୁ ଏହା ସ୍ପଷ୍ଟ ଯେ ଭାରତରେ ଦୃଶ୍ୟମାନ ହେବ ନାହିଁ । ହୋଲିରେ ଚନ୍ଦ୍ରଗ୍ରହଣ ଲାଗିଥିବାରୁ ଏହା ସ୍ୱତନ୍ତ୍ର ବୋଲି ବିବେଚନା କରାଯାଉଛି । କାରଣ ଏହି ଚନ୍ଦ୍ରଗ୍ରହଣ ରକ୍ତଚନ୍ଦ୍ର ଭାବରେ ଦେଖାଯିବ ।
କେଉଁ ସ୍ଥାନରେ ହେବ ଦୃଶ୍ୟମାନ:
ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଭାରତରେ ଦୃଶ୍ୟମାନ ହେବନି । ବରଂ ଏହି ଚନ୍ଦ୍ରଗ୍ରହଣ ଉତ୍ତର-ଦକ୍ଷିଣ ଆମେରିକା, ୟୁରୋପ, ଅଷ୍ଟ୍ରେଲିଆ ଏବଂ ଆଫ୍ରିକାରେ ଦୃଶ୍ୟମାନ ହେବ।
ଏହି ଚନ୍ଦ୍ରଗ୍ରହଣ କାହିଁକି ସ୍ୱତନ୍ତ୍ର?
ଏଥର ଚନ୍ଦ୍ରଗ୍ରହଣକୁ ସାଧାରଣ ବୋଲି ବିବେଚନା କରାଯାଉନାହିଁ କାରଣ ଏହି ଦିନରେ ହୋଲିର ସଂଯୋଗ ମଧ୍ୟ ସୃଷ୍ଟି ହେଉଛି । ଗ୍ରହଣ ସମୟରେ ଧାର୍ମିକ କାର୍ଯ୍ୟ କରାଯିବ ନାହିଁ । ଚନ୍ଦ୍ରଗ୍ରହଣ ସମୟରେ ଗାଧୋଇବା ନିହାତି ଜରୁରୀ । ଏହି ସମୟରେ ଘରକୁ ଗଙ୍ଗାଜଳରେ ଶୁଦ୍ଧି ଅବଶ୍ୟକ ବୋଲି ଜ୍ୟୋତିର୍ବିଦମାନେ କହିଛନ୍ତି । ବର୍ଷ ପ୍ରଥମ ଚନ୍ଦ୍ରଗ୍ରହଣ ସିଂହ ରାଶି ଏବଂ ଉତ୍ତର ପ୍ଲାଗୁନ ନକ୍ଷତ୍ରରେ ଲାଗିଛି । ଏହି ଚନ୍ଦ୍ରଗ୍ରହଣ ସ୍ବତନ୍ତ୍ର କାରଣ, ଏଥିରେ ରକ୍ତଚନ୍ଦ୍ର ଦେଖିବାକୁ ମିଳିବ । ଚନ୍ଦ୍ରଗ୍ରହଣରେ ଚନ୍ଦ୍ର, ଶନି ଏବଂ ସୂର୍ଯ୍ୟ ଦୃଶ୍ୟମାନ ହେବେ ।