ନୂଆଦିଲ୍ଲୀ: ଗୁଜରାଟର ବଦୋଦରାରେ ହିଟ୍ ଆଣ୍ଡ ରନ୍ର ଭୟଙ୍କର ମାମଲା ସାମନାକୁ ଆସିଛି । ନିଶାସକ୍ତ ଯୁବକର ବେପରୁଆ ଗାଡ଼ିଚାଳନା ଯୋଗୁଁ ଜଣେ ମହିଳାଙ୍କ ଜୀବନ ଚାଲିଯାଇଛି । ଅନ୍ୟପଟେ ୭ ଜଣ ଆହତ ହୋଇ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି । କରେଲିବାଗ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ ଆଇନ ଛାତ୍ର ଦ୍ରୁତ ଗତିରେ କାର ଚଲାଇ ଦୁଇ ଚକିଆ ଗାଡ଼ିକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଘଟାଇଥିବା ଅଭିଯୁକ୍ତକୁ ପୋଲିସ ଗିରଫ କରିଛି ।
ପୋଲିସ ରିପୋର୍ଟ ଅନୁସାରେ, ଅଭିଯୁକ୍ତ ଜଣକ ଏମ୍ଏସ୍ ୟୁନିଭର୍ସିଟିର ଆଇନ ଛାତ୍ର ରକ୍ଷିତ୍ ରବୀଶ ଚୌରସିଆ । ସେ ୧୨୦ କି.ମି. ପ୍ରତିଘଣ୍ଟା ସ୍ପିଡରେ କାଳ ରଙ୍ଗର ଏକ କାର ଚଲାଉଥିଲା । ନିଶାରେ ଥିବା ରକ୍ଷିତ୍ ତିନୋଟି ଗାଡ଼ିକୁ ପଛପଟୁ ଧକ୍କା ଦେବା ସହ ଘୋଷାଡ଼ି ଆଣିଥିଲା । ଦୁର୍ଘଟଣା ଘଟାଇବା ପରେ ଅଭିଯୁକ୍ତ ଗାଡ଼ିକୁ ଅଟାକାଇ ବାହାରକୁ ଆସିଥିଲା । ଏହାପରେ ‘ଆଉ ଏକ ରାଉଣ୍ଡ, ଆଉ ଏକ ରାଉଣ୍ଡ ବୋଲି' ରାସ୍ତାରେ ଜୋରେ ପାଟି କରିଥିଲା । ଏହାସହ ଅଭିଯୁକ୍ତ ଗୋଟିଏ ଝିଅର ନାଁ ମଧ୍ୟ ନେଇଥିଲା ।
ସୂଚନା ଅନୁସାରେ ହିଟ୍ ଆଣ୍ଡ ରନ୍ ଏହି ଘଟଣା ବଦୋଦାର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ସାମିଲ କରେଲିବାଗରେ ରାତି ୧୧ଟା ବେଳେ ଘଟିଥିଲା । ଆମ୍ରପାଲି କମର୍ଶିଆଲ୍ ପ୍ଲେସ୍ ଆଡ଼କୁ ଯାଉଥିବା ରାସ୍ତାରେ ଦ୍ରୁତ ଗତିରେ ଥିବା କାର ତିନି ସ୍କୁଟରକୁ ଧକ୍କା ଦେବା ସହ ରାସ୍ତାରେ ଚାଲୁଥିବା କିଛି ପଥଚାରୀଙ୍କୁ ମଧ୍ୟ ଧକ୍କା ଦେଇଥିଲା । ଏଥିରେ ମୋଟ ୮ ଜଣ ଆହତ ହୋଇଛନ୍ତି । ହେମାଲୀ ପଟେଲ (୩୫)ଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ପୋଲିସ କମିଶନର ନରସିହ୍ମା କୋମାରଙ୍କ ଅନୁସାରେ ବିଏନ୍ଏସ୍ର ଧାରା ୧୦୫ ଅନୁସାରେ ମାମଲା ରୁଜୁ କରାଯାଇଛି । ପୋଲିସ ଗାଡ଼ିର ସ୍ପିଡ୍ କେତେ ଥିଲା ? ଏହି ଅଞ୍ଚଳରେ ସିସିଟିଭି କ୍ୟାମେରା ଫୁଜେଟ୍କୁ ନେଇ ତଦନ୍ତ ଆରମ୍ଭ କରିଛି, ଫଳରେ ହିଟ୍ ଆଣ୍ଡ ରନ୍ ମାମଲାରେ ଆବଶ୍ୟକ ସବୁ ପ୍ରମାଣ ଏକାଠି କରାଯାଇପାରିବ ।
ଅଟୋମେଟିକ୍ କାର ଚଲାଉଥିବା ଅଭିଯୁକ୍ତ ରକ୍ଷିତ ଚୌରସିଆର ଘର ଉତ୍ତର ପ୍ରଦେଶର ବରାଣସରେ ବୋଲି ଜଣାପଡ଼ିଛି । ତାଙ୍କ ବାପା ଜଣେ ବଡ଼ ଉଦ୍ୟୋଗପତି । ଦୁର୍ଘଟଣା କେତେ ବଡ଼ ଥିଲା, ତାର ଅନୁମାନ ଏଥିରୁ ଅନୁମାନ କରାଯାଇପାରିବ ଯେ ଦୁର୍ଘଟଣା ପରେ କାରର ସାମନା ପଟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏହି ପୂରାର ଘଟଣାର ସିସିଟିଭି ଫୁଟେଜ୍ ଭାଇରାଲ୍ ହେବାରେ ଲାଗିଛି । ଯାହା ଅତ୍ୟନ୍ତ ବିଭତ୍ସ ଓ ବିଚଳିତ କଲା ଭଳି ରହିଛି । ବଦୋଦରା ପୋଲିସ ଅଭିଯୁକ୍ତ ରକ୍ଷିତ ଚୌରସିଆ ଓ ତା ସହ କାରରେ ଥିବା ଯୁବକର ପୁରୁଣା ରେକର୍ଡ ଖୋଲତାଡ୍ କରୁଛି ।