ଚନ୍ଦ୍ରଯାନ-୩କୁ ୱେଲକମ୍ କଲା ଚନ୍ଦ୍ରଯାନ-୨, ଦୁହିଁଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ ନେଇ ଇସ୍ରୋର ସୂଚନା

Published By : Prameya-News7 Bureau | August 21, 2023 IST

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୩କୁ ସ୍ୱାଗତ ଜଣାଇଛି ଚନ୍ଦ୍ରପୃଷ୍ଠରେ ଥିବା ଚନ୍ଦ୍ରଯାନ-୨ । ଦୁହିଁଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ ହୋଇଛି । ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏନେଇ ଏକ୍ସରେ ସୂଚନା ଦେଇଛି । ଚନ୍ଦ୍ରଯାନ-୩ର ଚନ୍ଦ୍ରପୃଷ୍ଠରେ ଅବତରଣକୁ ୪୮ ଘଣ୍ଟାରୁ ବି କମ ସମୟ ରହିଛି । ଏବେ ଚନ୍ଦ୍ରଯାନ-୨ର ସ୍ପଷ୍ଟ ଲ୍ୟାଣ୍ଡିଂ ପାଇଁ ଇସ୍ରୋ ପକ୍ଷରୁ ପ୍ରସ୍ତୁତି କରାଯାଉଛି ।

ପଢନ୍ତୁ: ଚନ୍ଦ୍ରଯାନ-୩ ନଜରରେ ଏମିତି ଦେଖାଯାଉଛନ୍ତି ଜହ୍ନମାମୁଁ, Video ସେୟାର କରି ଝଲକ ଦେଖାଇଲେ ଇସ୍ରୋ

ଇସ୍ରୋ ଏକ୍ସରେ କହିଛି ଯେ ଚନ୍ଦ୍ରଯାନ-୨ର ଅର୍ବିଟର ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ମଡ୍ୟୁଲର ସ୍ୱାଗତ କରିଛି । ଇସ୍ରୋ ପକ୍ଷରୁ କୁହାଯାଇଛି ଯେ ଉଭୟଙ୍କ ମଧ୍ୟରେ ଟୁ-ୱେ-କମ୍ୟୁନିକେସନ ସ୍ଥାପନ ହୋଇଛି । ଇସ୍ରୋ କହିଛି ଯେ ଏବେ ବେଙ୍ଗାଲୁରୁ ସ୍ଥିତ ମିଶନ ଅପରେସନ ଅମ୍ପ୍ଲେକ୍ସ ନିକଟରେ ଏବେ ଲ୍ୟାଣ୍ଡର ମଡ୍ୟୁଲ ଅର୍ଥାତ୍ ବିକ୍ରମ ସହ ସମ୍ପର୍କ ସ୍ଥାପନର ଅନେକ ମାର୍ଗ ଫିଟିଛି ।

wp:html /wp:html

ଚନ୍ଦ୍ରଯାନ-୩ ଅଗଷ୍ଟ ୨୩ ଚନ୍ଦ୍ରର ଦକ୍ଷିଣ ମେରୁରେ ସ୍ପଫ୍ଟ ଲ୍ୟାଣ୍ଡିଂ କରିବା ପାଇଁ ପ୍ରସ୍ତୁତ ଅଛି । ଯଦି କିଛି ବାଧ ସୃଷ୍ଟି ହୁଏ ତେବେ ସେହି ପରିସ୍ଥିତିରେ ମଧ୍ୟ ଚନ୍ଦ୍ରପୃଷ୍ଠରେ ସ୍ପଫ୍ଟ ଲ୍ୟାଣ୍ଡିଂ କରାଇବା ପାଇଁ ଇସ୍ରୋ ବୈଜ୍ଞାନିକ ସମ୍ପୂର୍ଣ୍ଣ ରୂପେ ଆଶ୍ୱସ୍ଥ ଅଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡିଂ ସମୟ ଅଗଷ୍ଟ ୨୩ ସଂଧ୍ୟା ୬.୦୪ ମିନିଟ୍ ସ୍ଥିର କରାଯାଇଛି । ଇସ୍ରୋର ସୂଚନା ଅନୁସାରେ ଲ୍ୟାଣ୍ଡିଂ ପ୍ରକ୍ରିୟାର ସିଧା ପ୍ରସାରଣ ସ୍ଥାନୀୟ ସମୟାନୁସାରେ ସଂଧ୍ୟା ୫.୨୦ ମିନିଟରୁ ଆରମ୍ଭ ହେବ ।

Also Read: ଚନ୍ଦ୍ରର ନୂଆ ଫଟୋ ପଠାଇଲା ଚନ୍ଦ୍ରଯାନ; ସୁଦୂର ଅଂଶକୁ ସେୟାର କଲା ଇସ୍ରୋ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.