ନୂଆଦିଲ୍ଲୀ ୨୨।୮: ଭାରତ ନିମନ୍ତେ ୨୩ ଅଗଷ୍ଟ ବୁଧବାର ଏକ ଖାସ ଦିନ, ବିଶେଷ କରି ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ଙ୍କ ନିମନ୍ତେ ଏକ ବଡ ଦିନ ବୋଲି କୁହାଯାଇପାରେ। ଭାରତର ମୁନ ମିସନ ବୁଧବାର ଏକ ବିଶେଷ ଷ୍ଟେଜକୁ ପହଞ୍ଚିବ। ବୁଧବାର ସନ୍ଧ୍ୟା ସାଢେ ୬ଟାରେ ଭାରତର ଚନ୍ଦ୍ରଯାନ-୩ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ। ଯଦି ସବୁ କିଛି ଠିକ୍ ଠାକ ରହିଲା ତେବେ ବୁଧବାର ଚନ୍ଦ୍ର ପୃଷ୍ଠରେ ଚନ୍ଦ୍ରଯାନ-୩ର ଅବତରଣ ନିଶ୍ଚିତ ବୋଲି କୁହାଯାଉଛି।
ଚନ୍ଦ୍ରଯାନ-୩ର ସଫ୍ଟ ଲ୍ୟାଣ୍ଡିଂ ପାଇଁ ମାତ୍ର କେଇ ଘଣ୍ଟା ବାକି, ସ୍ଥିତି ଅନୁକୂଳ ନହେଲେ ଘୁଞ୍ଚିବ ତାରିଖ
ଏହି ଅବସରରେ ୟୁଜିସି ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନ, ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କୁ ଏହି ଐତିହାସିକ ଘଟଣାର ସିଧାପ୍ରସାରଣ କରିବାକୁ ଆଗ୍ରହ କରିଛନ୍ତି। ଯାହା ଦ୍ୱାରା ସମସ୍ତ ଛାତ୍ରଛାତ୍ରୀଙ୍କୁ ଚନ୍ଦ୍ରଯାନ-୩ର ଚନ୍ଦ୍ର ଅବତରଣ ଲାଇଭ ଷ୍ଟ୍ରମିଂ ଦେଖାଯାଇ ପାରିବ ଓ ଏଥି ପାଇଁ ଖାସ ଆସେମ୍ବ୍ଲିର ଆୟୋଜନ କରିବାକୁ କହିଛନ୍ତି।
wp:html/wp:htmlChandrayaan-3 Mission:
— ISRO (@isro) August 21, 2023
Here are the images of
Lunar far side area
captured by the
Lander Hazard Detection and Avoidance Camera (LHDAC).
This camera that assists in locating a safe landing area -- without boulders or deep trenches -- during the descent is developed by ISRO… pic.twitter.com/rwWhrNFhHB
କେତେଟା ବେଳେ ହେବ ଲାଇଭ?
ଚନ୍ଦ୍ରଯାନ-୩ର ଲାଇଭ୍ ପ୍ରସାରଣ ଦେଖାଇବା ଲାଗି ଅପରାହ୍ନ ୫ଟାରୁ ସନ୍ଧ୍ୟା ସାଢେ୬ଟା ପର୍ଯ୍ୟନ୍ତ ଆସେମ୍ବ୍ଲି ଆୟୋଜନ କରିବାକୁ ୟୁଜିସି କହିଛନ୍ତି। ଭାରତର ଏହି ଐତିହାସିକ କ୍ଷଣକୁ ଅଧିକରୁ ଅଧିକ ଛାତ୍ରଛାତ୍ରୀ ଯେପରି ଦେଖିପାରିବେ ସେଥି ପାଇଁ ଖାସ୍ ଯୋଜନା ପ୍ରସ୍ତୁତ କରାଯାଇଛି। ଏହା ପୂର୍ବରୁ ମଧ୍ୟ ଇସ୍ରୋ ଥରେ ଚନ୍ଦ୍ରଯାନର ଲ୍ୟାଣ୍ଡିଂ ଉଦ୍ୟମ କରିଥିଲେ। ହେଲେ ସେତେବେଳେ ସଫଳତା ମିଳି ନଥିଲା। ୭ ସେପ୍ଟେମ୍ବର ୨୦୧୯ରେ ଏଥି ପାଇଁ ଆମେ ବିଫଳ ହୋଇଥିଲେ। ବୁଧବାର ଯଦି ସଫଳତା ମିଳେ ତେବେ ଆପଣ ଏହି ଅବସରର ଅଂଶ ହୋଇପାରିବେ।
/wp:htmlChandrayaan-3 Mission:
— ISRO (@isro) August 22, 2023
The mission is on schedule.
Systems are undergoing regular checks.
Smooth sailing is continuing.
The Mission Operations Complex (MOX) is buzzed with energy & excitement!
The live telecast of the landing operations at MOX/ISTRAC begins at 17:20 Hrs. IST… pic.twitter.com/Ucfg9HAvrY
ଫୋନରେ କିପରି ଦେଖି ହେବ ଲାଇଭ ପ୍ରସାରଣ?
ଚନ୍ଦ୍ରଯାନ-୩ର ଚନ୍ଦ୍ର ଅବତରଣ କାଳରେ ଯଦି ଆପଣ ଟେଲିଭିଜନ, ପର୍ସନାଲ କମ୍ପ୍ୟୁଟର ଅଥବା ଲାପଟପ ପାଖରେ ନଥାନ୍ତି ତେବେ ଆପଣ ବ୍ୟବହାର କରୁଥିବା ସ୍ମାର୍ଟ ଫୋନରେ ଘଟଣାର ସିଧାପ୍ରସାରଣ ଦେଖିପାରିବେ। ଚନ୍ଦ୍ରଯାନ-୩ର ଚନ୍ଦ୍ର ଅବତରଣ ଲାଇଭ ଷ୍ଟ୍ରିମିଂ ୬.୦୪ ମିନିଟରେ କରାଯିବ। ଏହାର ସିଧାପ୍ରସାରଣ ଡିଡି ନ୍ୟାସନାଲ ଓ ଅନ୍ୟ ନ୍ୟୁଜ୍ ଚ୍ୟାନେଲରେ ହେବ। ଯଦି ଆପଣ ଟିଭି ନିକଟରେ ନାହାନ୍ତି ତେବେ ଆପଣ ନିଜ ସ୍ମାର୍ଟ ଫୋନରେ isro.gov.inକୁ ଯାଇ ଲାଇଭ ଷ୍ଟ୍ରିମିଂ ଦେଖିପାରିବେ।
ଚନ୍ଦ୍ରଯାନ-୩କୁ ୱେଲକମ୍ କଲା ଚନ୍ଦ୍ରଯାନ-୨, ଦୁହିଁଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ ନେଇ ଇସ୍ରୋର ସୂଚନା
ଏହା ଛଡା ଇସ୍ରୋଙ୍କ ୟୁଟ୍ୟୁବ ଚ୍ୟାନେଲ ଓ ଫେସବୁକ୍ ପେଜ୍ରେ ମଧ୍ୟ ଦେଖାଯାଇପାରିବ। ଆପଣ ସିଧା ଇସ୍ରୋଙ୍କ ୱେବସାଇଟ୍ରେ ଲଗଇନ କରନ୍ତୁ ଅଥବା ସୋସିଆଲ ମିଡିଆରେ ଇସ୍ରୋଙ୍କ ପେଜ ଖୋଲି ଦେଖିପାରିବେ ଓ ଏହି ଐତିହାସିକ କ୍ଷଣର ସାକ୍ଷ ହୋଇପାରିବେ। ଇଣ୍ଟରନେଟ୍ରେ ଅନ୍ୟ ବହୁତ ୱେବସାଇଟ୍ ମଧ୍ୟ ଏହାର ଲାଇଭ ପ୍ରଦର୍ଶନ କରିବେ।