ଚନ୍ଦ୍ର ଅଭିମୁଖେ ଅଗ୍ରସର ଚନ୍ଦ୍ରଯାନ-୩, ପୃଥିବୀର ପ୍ରଥମ କକ୍ଷକୁ କଲା ଅତିକ୍ରମ

Published By : Prameya-News7 Bureau | July 16, 2023 IST

ବେଙ୍ଗାଲୁରୁ: ଚନ୍ଦ୍ର ଅଭିମୁଖେ ଆଉ ପାଦେ ବଢିଲା ଚନ୍ଦ୍ରଯାନ-୩ । ସଫଳତାର ସହ ପୃଥିବୀର ପ୍ରଥମ କକ୍ଷ ପଥକୁ ଅତିକ୍ରମ କରିଛି ସ୍ପେଶ କ୍ରାଫ୍ଟ । ଏହି ପରି ପୃଥିବୀ କକ୍ଷରେ ୫ଥର ଘୂର୍ଣ୍ଣନ କରିବା ପରେ ଚନ୍ଦ୍ରର କକ୍ଷ ପଥକୁ ଓହ୍ଲାଇବ । ଏହା ଇସ୍ରୋ ପାଇଁ ଅଉ ଏକ ସଫଳତା ।  

wp:html /wp:html

ସ୍ପେଶ କ୍ରାଫ୍ଟ ବର୍ତମାନ ୪୧ ହଜାର ୭ଶହ ୬୨ କିମି ଇଣ୍ଟୁ ୧୭୩ କିମି ଅରବିଟରେ ଥିବା ଇସ୍ରୋ ଟୁଇଟ୍ କରିଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଚନ୍ଦ୍ରୟାନ-୩ର ସଫଳ ଉତକ୍ଷେପଣ ହୋଇଛି। ଯଦି ଚନ୍ଦ୍ରୟାନର ଯାତ୍ରା ସଫଳ ହୁଏ ତେବେ ଅଗଷ୍ଟ ୨୩ ତାରିଖ ୫ଟା ୪୭ ମିନିଟରେ ଏହା ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ । ଚନ୍ଦ୍ରଯାନ-୩ର ସଫଳ ଉତକ୍ଷେପଣ ପରେ ସାରା ଦେଶରେ ଖୁସି ଓ ଉତ୍ସାହ ରହିଛି । ସମସ୍ତଙ୍କ ନଜର ରହିଛି ଏହାର ଯାତ୍ରା ଉପରେ । ୪୨ ଦିନର ଯାତ୍ରା ପରେ ଚନ୍ଦ୍ରଯାନ-୩ ଏହାର ଗନ୍ତବ୍ୟସ୍ଥଳରେ ପହଞ୍ଚିବ । ଚନ୍ଦ୍ର ପୃଷ୍ଠରେ ଏପର୍ଯ୍ୟନ୍ତ ମାତ୍ର ତିନୋଟି ଦେଶ ତଥା ଆମେରିକା, ଚୀନ ଓ ଋଷ ସ୍ପେଶ କ୍ରାଫ୍ଟକୁ ସଫଳତାର ସହ ଅବତରଣ କରିଛନ୍ତି । ଭାରତ ଏଥିରେ ସଫଳ ହେଲେ ଏହି ତାଲିକାରେ ନିଜ ନାଁକୁ ସାମିଲ କରିବ ।

wp:embed {"url":"https://www.prameyanews7.com/pm-modi-congratulated-isro-on-the-launch-of-the-chandrayaan-3-mission-121/","type":"wp-embed","providerNameSlug":"prameya-news-7"}
https://www.prameyanews7.com/pm-modi-congratulated-isro-on-the-launch-of-the-chandrayaan-3-mission-121/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.