ଟେଷ୍ଟ ରାଙ୍କିଙ୍ଗରେ ଅଦଳବଦଳ, କେନ ହେଲେ ନଂ ୧ ବ୍ୟାଟର, ତଳକୁ ଖସିଲେ ରୁଟ୍

Published By : Prameya-News7 Bureau | July 05, 2023 IST

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ଦ୍ଵାରା ବୁଧବାର ଜାରି ସଦ୍ୟତମ ଟେଷ୍ଟ ମାନ୍ୟତାରେ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି। ଜୋ ରୁଟ୍ ପ୍ରଥମ ସ୍ଥାନରୁ ଖସି ସିଧା ପଞ୍ଚମରେ ପହଞ୍ଚିଛନ୍ତି। କ୍ରିକେଟ୍‌ରୁ ଦୂରରେ ଥିବା ନ୍ୟୁଜିଲାଣ୍ଡର କେନ ଓ୍ଵିଲିୟମସନ ପ୍ରଥମ ସ୍ଥାନକୁ ଉଠିଛନ୍ତି। ଅଷ୍ଟ୍ରେଲିଆର ବରିଷ୍ଠ ବ୍ୟାଟର  ଷ୍ଟିଭ ସ୍ମିଥଙ୍କୁ ମାନ୍ୟତାର ଫାଇଦା ମିଳିଛି। ସେ ୪ଟି ସ୍ଥାନ ଉନ୍ନତି ଘଟାଇ ଦ୍ଵିତୀୟ ସ୍ଥାନରେ ପହଞ୍ଚିଛନ୍ତି।

କେନଙ୍କ ୮୮୩ ପଏଣ୍ଟ ଥିବା ବେଳେ ସ୍ମିଥଙ୍କ ୮୮୨ ପଏଣ୍ଟ ରହିଛି। ସ୍ମିଥଙ୍କ ନିକଟରେ ଆସେସ୍ ୨୦୨୩ ତୃତୀୟ ଟେଷ୍ଟରେ ନମ୍ବର-୧ ଟେଷ୍ଟ ବ୍ୟାଟର ହେବାର ସୁଯୋଗ ରହିଛି। ସ୍ମିଥଙ୍କ ଏହା ୧୦୦ ତମ ଟେଷ୍ଟ ମ୍ୟାଚ୍ ହେବ ଏବଂ ଏହି ସମୟରେ ଏକ ନମ୍ବର ସ୍ଥାନରେ ରହିବାର ତାଙ୍କ  ନିକଟରେ ସୁଯୋଗ ରହିଛି। ତେଣୁ ଏହି ଟେଷ୍ଟ ତାଙ୍କ ପାଇଁ ବେଶ ଗୁରୁତ୍ଵ ବହନ କରୁଛି। ଅଷ୍ଟ୍ରେଲିଆର ମାର୍ନସ ଲାବୁସେନ ତୃତୀୟ ସ୍ଥାନରେ ଥିବା ବେଳେ ଟ୍ରେଭିସ୍ ହେଡ୍ ଚତୁର୍ଥ ସ୍ଥାନରେ ରହିଛି।

wp:heading {"level":4}

ଅଧିକ ପଢନ୍ତୁ- ଅଜିତ ଅଗରକର ଟିମ୍ ଇଣ୍ଡିଆର ନୂତନ ଚୟନକର୍ତ୍ତା ମୁଖ୍ୟ ନିଯୁକ୍ତ, BCCI କଲା ଘୋଷଣା

/wp:heading

ପାକିସ୍ତାନର ଅଧିନାୟକ ବାବର ଆଜମ ଗୋଟିଏ ସ୍ଥାନ ଅବନ୍ନତି ଘଟାଇ ଟପ୍-୫ରୁ ବାଦ୍ ପଡ଼ି ଷଷ୍ଠରେ ପହଞ୍ଚିଛନ୍ତି। ସପ୍ତମରେ ଉସ୍ମାନ ଖ୍ଵଜା, ଡେରେଲ ମିଚେଲ୍ ଅଷ୍ଟମରେ , ନବମରେ ଦିମୁଥ କରୁଣାରତ୍ନେ ଏବଂ ୧୦ମରେ ଭାରତୀୟ ଓ୍ଵିକେଟ୍ କିପର ବ୍ୟାଟର ଋଷଭ ପନ୍ତ ରହିଛନ୍ତି। ଭାରତୀୟ ଅଧିନାୟକ ରୋହିତ ଶର୍ମା ୧୨ମ ଏବଂ ବିରାଟ କୋହଲି ୧୪ମ ସ୍ଥାନରେ ରହିଛନ୍ତି।

Kane Williamson steps down as New Zealand Test captain | Cricket News | Sky  Sports

ଏହି ଦୁଇ ଭାରତୀୟ ବ୍ୟାଟରଙ୍କ  ନିକଟରେ ଜୁଲାଇ ୧୨ରୁ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ଆରମ୍ଭ ହେଉଥିବା ଦୁଇ ମ୍ୟାଚ୍‌ର ଟେଷ୍ଟ ସିରିଜରେ ରାଙ୍କିଙ୍ଗରେ ସୁଧାର କରିବାର ସୁଯୋଗ ରହିଛି। ଅଷ୍ଟ୍ରେଲିଆର ବ୍ୟାଟର ଷ୍ଟିଭ୍ ସ୍ମିଥ ଲର୍ଡ୍ସ ଟେଷ୍ଟରେ ଶତକ ଅର୍ଜନ କରିଥିଲେ, ଯାହାର ଫାଇଦା ତାଙ୍କୁ ଟେଷ୍ଟ ମାନ୍ୟତାରେ ମିଳିଛି।

wp:heading {"level":4}

ଅଧିକ ପଢନ୍ତୁ- ଯଦି ମୁଁ କ୍ରିକେଟ୍‌କୁ ରିଟର୍ଣ୍ଣ କରୁଛି, ତେବେ ଦୁଇ ଜଣ ଭାରତୀୟଙ୍କୁ ଚ୍ୟାଲେଞ୍ଜ ଦେବି…

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.