ଭିଜିଲାନ୍ସ ଜାଲରେ ଚିଫ୍ ଇଞ୍ଜିନିୟର, ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ଚାଲିଛି ରେଡ୍

Published By : Prameya-News7 Bureau | October 22, 2024 IST

ଭୁବନେଶ୍ୱର ୨୨/୧୦: ମୁଖ୍ୟଯନ୍ତ୍ରୀଙ୍କ ଘରେ ପଶିଲା ଭିଜିଲାନ୍ସ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୈତରଣୀ ବେସିନର ମୁଖ୍ୟଯନ୍ତ୍ରୀ କୈଳାସ ଚନ୍ଦ୍ର ସାହୁଙ୍କ ଘରେ ଆଜି ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି।

କୈଳାସଙ୍କ ପୈତୃକ ଘର ସମେତ ୧୦ଟି ସ୍ଥାନରେ ଆଜି ସକାଳେ ଚଢ଼ାଉ କରାଯାଇଛି। ଚଢ଼ାଉ ବେଳେ କୈଳାସଙ୍କର ୩୬ଟି ପ୍ଲଟ୍‌ , ୩ଟି ଫ୍ଲାଟ୍ ଓ ଯାଜପୁରର କୋରେଇଠାରେ ଏକ ୩ ମହଲା କୋଠା ଓ ଏକ ଡଷ୍ଟର ଗାଡ଼ି ଠାବ ହୋଇଛି। ଭୁବନେଶ୍ୱର, ପୁରୀ, କଟକ, ଯାଜପୁର, କେନ୍ଦୁଝର ସମେତ ୧୦ଟି ସ୍ଥାନରେ ଏହି ଚଢ଼ାଉ କରାଯାଇଥିବା ଜଣାଯାଇଛି। ଆୟ ବହିଃଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଚିପ ଇଞ୍ଜିନିୟର ଏଣ୍ଡ ବେସିନ ମେନେଜର (ବୈତରଣୀ ବେସିନ)ର କୈଳାସ ଚନ୍ଦ୍ର ସାହୁ । 

କୈଳାସ ଚନ୍ଦ୍ର ସାହୁ କେନ୍ଦୁଝର ଓ ଭଦ୍ରକ ଜିଲ୍ଲା ଦାୟୀତ୍ଵରେ ଅନେକ ଦିନ ଧରି ରହି ଆସୁଥିବା ବେଳେ ତାଙ୍କ ନାମରେ ବିଭିନ୍ନ ସମୟରେ ଦୁର୍ନତୀର ଅନେକ ଅଭିଯୋଗ ହୋଇ ଆସୁଥିଲା । ଶେଷ ରେ ଆଜି ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ତାଙ୍କର ଓଡ଼ିଶାର ୧୦ଟି ସ୍ଥାନରେ ଚଢାଉ ଚାଲିଛି । ବର୍ତ୍ତମାନ ଯାଏ ୩୬ଟି ଜାଗା , ୩ଟି ପ୍ଲାଟ ଓ ଯାଜପୁର ର କୋରେଇଠାରେ ଏକ ୩ ମହଲା କୋଠା ଓ ଏକ ଡଷ୍ଟର ଗାଡ଼ି ଠାବ ହୋଇଛି । ଏଥି ସହ କେନ୍ଦୁଝର ଅଫିସ , ସରକାରୀ ବାସଭବନ , ଯାଜପୁର ର କୋରେଇ ଓ ବ୍ୟାସନଗର , ଭୂବନେଶ୍ଵର , କଟକ ଓ ପୁରି ର ୧୦ଟି ଜାଗାରେ ଏକ କାଳିନ ଚଢାଉ ଚାଲିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.