ସମ୍ଭାବ୍ୟ ବାତ୍ୟାକୁ ନେଇ ଛନକା, ହୋଟେଲ ଖାଲି ହେଲେ ୪୦୦ରୁ ୫୦୦ କୋଟି କ୍ଷତି ହେବ

Published By : Prameya-News7 Bureau | October 22, 2024 IST

ପୁରୀ ୨୨।୧୦ : ସମ୍ଭାବ୍ୟ ବାତ୍ୟାକୁ ନେଇ ସମସ୍ତଙ୍କ ମଧ୍ୟରେ ଛନକା ପଶିଛି। ବାତ୍ୟା ଦାନାକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ସରକାରଙ୍କ ନିର୍ଦ୍ଦେଶ କ୍ରମେ ପୁରୀରେ ଥିବା ଭକ୍ତ ଓ ପର୍ଯ୍ୟଟକ ନିଜ ରାଜ୍ୟକୁ ଚାଲିଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।  

ସେହିପରି ଅନଲାଇନ ମାଧ୍ୟମରେ ପର୍ଯ୍ୟଟକ ଓ ଭକ୍ତ ମାନେ ପୁରୀରେ ଥିବା ବିଭିନ୍ନ ହୋଟେଲରେ ବୁକିଂ କରିଥିବା ବେଳେ ସେଗୁଡିକ କ୍ୟାନସଲ୍ ମଧ୍ୟ କରିଛନ୍ତି। ଓଡ଼ିଶା ହୋଟେଲ ଆସୋସିଏସନ୍ ର ଭାଇସ୍ ଚେୟାରମ୍ୟାନ ରାଜକିଶୋର ପାତ୍ରଙ୍କ ସୂଚନା ଅନୁଯାୟୀ ପୁରୀରେ ଏବେ ପ୍ରାୟ ୬୦ ହଜାରରୁ ଉର୍ଦ୍ଧ୍ଵ ପର୍ଯ୍ୟଟକ ଓ ଭକ୍ତ ବିଭିନ୍ନ ହୋଟେଲରେ ରହିଛନ୍ତି। ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ତୁରନ୍ତ ପର୍ଯ୍ୟଟକ ମାନଙ୍କୁ ନିଜ ନିଜ ଅଞ୍ଚଳକୁ ଫେରିଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ପୁରୀ ଜିଲ୍ଲା ପ୍ରଶାସନ ହୋଟେଲ ମାଲିକ ମାନଙ୍କୁ ସେଭଳି କୌଣସି ନିର୍ଦ୍ଦେଶ ଜାରି କରିନାହିଁ। ତେଣୁ ଯେବେ ବି ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଆସିବ ତେବେ ପର୍ଯ୍ୟଟକମାନଙ୍କୁ ତୁରନ୍ତ ହୋଟେଲ ଖାଲି କରିବା ପାଇଁ କୁହାଯିବ ବୋଲି ସେ କହିଛନ୍ତି।


ସମ୍ଭାବ୍ୟ ବାତ୍ୟା ଯଦି ପୁରୀରେ‌ ଲ୍ୟାଣ୍ଡଫଲ କରେ ତାହାଲେ ହୋଟେଲ ଶିଳ୍ପକୁ କୋଟି କୋଟି ଟଙ୍କା କ୍ଷତି ସହିବାକୁ ପଡିବ। ତେବେ ବାତ୍ୟା ପାଇଁ ହୋଟେଲିୟର ମାନେ ଭୟଭୀତ ଥିବାବେଳେ ପର୍ଯ୍ୟଟକଙ୍କୁ ସୁରକ୍ଷିତ ସ୍ଥାନରେ ରଖିବା ଓ ସେମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯିବ ବୋଲି କହିଛନ୍ତି ଓଡିଶା ହୋଟେଲ ଆସୋସିଏସନର ଭାଇସ ଚେୟାରମ୍ୟନ୍।

  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.