ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମମାଟି ସୁଆଣ୍ଡୋରେ ମୁଖ୍ୟମନ୍ତ୍ରୀ, ସଠିଘର ବୁଲି ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ

Published By : Prameya-News7 Bureau | June 13, 2024 IST

କଣାସ ୧୩।୬: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମମାଟି ସତ୍ୟବାଦୀର ସୁଆଣ୍ଡୋ ଗ୍ରାମରେ ଓଡ଼ିଶାର ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗୁରୁବାର ସକାଳୁ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିଥିଲେ । ପରେ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲା ଯାଇଥିଲା । ସେଠାରୁ ଆସି ସତ୍ୟବାଦୀ ଅନ୍ତର୍ଗତ ସୁଆଣ୍ଡୋ ସ୍ଥିତ ଉତ୍କଳମଣିଙ୍କ ସଠିଘର ପରିଦର୍ଶନ କରିବା ସହ ପ୍ରଣାମ କରିଥିଲେ । ପରେ ଗୋପବନ୍ଧୁ ଉଦ୍ୟାନରେ ଥିବା ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ଗୋପବନ୍ଧୁ ସଂଗ୍ରାହଳୟକୁ ଯାଇ ବୁଲି ଦେଖିଥିଲେ । 

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ଓଡିଆ ଅସ୍ମିତାକୁ ଗୁରୁତ୍ୱ ଦେଇ ଏ ପବିତ୍ର ପୁଣ୍ୟ ମାଟିକୁ ସମ୍ପୂର୍ଣ୍ଣ ସରକାର ସମ୍ମାନ ଦେବା ପାଇଁ ସୁଆଣ୍ଡୋ ଆସିଛନ୍ତି । ତାଙ୍କ ସହ ସମ୍ପୂର୍ଣ୍ଣ ମନ୍ତ୍ରୀମଣ୍ଡଳର ସଦସ୍ୟ ଓ ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ, ପୁରୀ ସାଂସଦ ଡ. ସମ୍ବିତ ପାତ୍ର, ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ଅନେକ ପ୍ରମୁଖ ନେତୃତ୍ୱ ପରିଦର୍ଶନ କରିଥିଲେ । ଜିଲ୍ଲା ପ୍ରଶାସନର ମୁଖ୍ୟ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।

You Can Read :

ରାଜଧାନୀରେ ଚାଞ୍ଚଲ୍ୟ : ସାଙ୍ଗ ଆକ୍ରମଣରେ ସାଙ୍ଗର ମୃତ୍ୟୁ !

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.