ଭାରତ ପରେ ଚୀନ ସହ କାନାଡାର ବଦମାସୀ ! ସମୁଦ୍ର ସୀମାରେ ହେଲିକପ୍ଟର ଉଡ଼ାଣକୁ ନେଇ ଡ୍ରାଗନ ଖପ୍ପା

Published By : Prameya-News7 Bureau | November 05, 2023 IST

ନୂଆଦିଲ୍ଲୀ: କାନାଡା ବିରୋଧରେ ଚୀନ ଆଣିଲା ସାଂଘାତିକ ଅଭିଯୋଗ। ଭାରତ ପରେ ଚୀନ ବଦମାସୀ ଆରମ୍ଭ କଲା କାନାଡା। ଗତ ଅକ୍ଟୋବର ୨୯ରେ କାନାଡାର ଏକ ଯୁଦ୍ଧ ହେଲିକପ୍ଟର ଚୀନ ସମୁଦ୍ର ଉପରେ ଉଡୁଥିବା ନେଇ ଅଭିଯୋଗ କରିଛି ଚୀନ। ଚୀନର ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଯେ ଚୀନର ଦକ୍ଷିଣ ସାଗରରେ ଥିବା ଚୀନ ଅଞ୍ଚଳ ଉପରେ କାନାଡାର ଏକ ହେଲିକପ୍ଟର ଉଡୁଥିଲା। ଯାହା ବେଜିଂର ସୀମା ସୁରକ୍ଷା ନିୟମର ଉଲ୍ଲଂଘନ।

ଧିନକ ପୂର୍ବରୁ କାନାଡାର ପ୍ରତିରକ୍ଷା ମନ୍ତ୍ରୀ ଅଭିଯୋଗ କରିଥିଲେ ଯେ ଚୀନର ଯୁଦ୍ଧ ବିମାନଦକ୍ଷିଣ ଚୀନ ସାଗରରେ ଅନ୍ତରାଷ୍ଟ୍ରୀୟ ଜଳରାଶିରେ ଅଭ୍ୟାସ ଚଳାଇଥିବା ବେଳେ କାନାଡୀୟ ହେଲିକପ୍ଟର ଉପରକୁ ଫାୟାରିଂ କରିଥିଲେ।  ପିଟିଆଇର ରିପୋର୍ଟ ଅନୁସାରେ, ଚୀନ କହିଛି ଯେ ଅୟାତ ହରାଦୋ ନାମକ କାନାଡାର ଯୁଦ୍ଧ ହେଲିକପ୍ଟର ଚୀନ ଓ ଅନ୍ତରାଷ୍ଟ୍ରୀୟ ଆଇନ୍‌ର ଉଲ୍ଲଘଂନ କରିଛି।

ସେପଟେ କାନାଡା ରକ୍ଷା ମନ୍ତ୍ରୀ ବିଲ ବ୍ଲେୟାର କହିଛନ୍ତି ଯେ  ଅକ୍ଟୋବର ୨୯ରେ ଚୀନର ଏକ ବିମାନ କାନାଡାର ହେଲିକପ୍ଟର ଉପରେ ଉଡ଼ିଥିଲା। ଦିନ ପରେ, ଅନ୍ୟ ଏକ ଜେଟ୍ ହେଲିକପ୍ଟର ସାମ୍ନାରେ ନିଆଁ ଲଗାଇଦେବାରୁ ଏହାକୁ ଏଡାଇବା ପାଇଁ ଦିଗ ବଦଳାଇବାକୁ ବାଧ୍ୟ କରିଥିଲା। ସେ କହିଛନ୍ତି ଯେ ଚୀନ୍ ବିମାନର କାର୍ଯ୍ୟକଳାପ ଅସୁରକ୍ଷିତ ମନେ କରିଛି।

ରିପୋର୍ଟ ଅନୁଯାୟୀ, ଏହା ପ୍ରଥମ ଘଟଣା ନୁହେଁ। ଦକ୍ଷିଣ ଚୀନ୍ ସାଗର ଉପରେ ଚୀନ୍ ଶହ ଶହ ଜାହାଜ ଏବଂ ବିମାନ ଏଠାରେ ନିୟୋଜିତ କରିଛି। ଏହି କାରଣରୁ, ଫିଲିପାଇନ୍ସ ଏବଂ ଭିଏତନାମ ସହିତ ଚୀନ୍‌ର ସଂଘର୍ଷ ଏହାର ସହଯୋଗୀ ଦେଶମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.