ଦିଲ୍ଲୀର ସୀମା ଶାନ୍ତି ଆଲୋଚନାରେ ଧୋକା ଦେଲା ବେଜିଂ ! ଏଲଏସି ନିକଟରେ ଚୀନର ମିସାଇଲ୍ ପରୀକ୍ଷଣ

Published By : Prameya-News7 Bureau | September 30, 2024 IST

ନୂଆଦିଲ୍ଲୀ: ଲଦାଖ ସୀମା ନିକଟରେ ଚୀନର ମିସାଇଲ୍ ଟେଷ୍ଟ । କାରାକୋରମ୍ ପ୍ଲାଟ୍ୟୁ ଅଞ୍ଚଳରେ ମିସାଇଲକୁ ପରୀକ୍ଷଣ କରିବା ପରେ ଏହାକୁ ମାରି ଖସାଇଛି ଚୀନ ସେନା । ଚୀନ ବୈଦେଶିକ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ପିଏଲଏ ଭାରତୀୟ ସେନାକୁ ସୂଚୀତ କରିବା ପାଇଁ ଏହି ମିସାଇଲକୁ ଟେଷ୍ଟ କରିଥିଲା । ଡ୍ରାଗନ ଏହି କ୍ଷେପଣାସ୍ତ୍ର ଏଭଳି ସମୟରେ ପରୀକ୍ଷଣ କରିଛି, ଯେଉଁ ସମୟରେ ଭାରତ-ଚୀନ ମଧ୍ୟରେ ସୀମା ବିବାଦକୁ ନେଇ ଆଲୋଚନା ଚାଲିଛି । 

ଋଷର କାଜନରେ ବ୍ରିକ୍ସ ସମ୍ମିଳନୀ ହେବାକୁ ଯାଉଛି । ଏହା ପୂର୍ବରୁ ଭାରତ ଏବଂ ଚୀନ ମଧ୍ୟରେ ସୀମା ବିବାଦ ଆଲୋଚନା ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ସୀମା ବିବାଦ ଥଣ୍ଡା ପଡ଼ିବା ପରେ କୁହାଯାଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚୀନ ରାଷ୍ଟ୍ରପତି ସି-ଜିନପିଙ୍ଗ ମଧ୍ୟରେ ସାକ୍ଷାତ ହେବ । ଏଭଳି ସମୟରେ ପିଏଲଏର ମିସାଇଲ୍ ଟେଷ୍ଟ୍ ଏଲଏସିରେ ଉତ୍ତେଜନା ବଢ଼ାଇ ପାରେ ବୋଲି କୁହାଯାଉଛି ।  

ଚୀନ୍ ନ୍ୟୁଜ ଏଜେନ୍ସି ଶିହ୍ନୁଆ, ଅଗଷ୍ଟ ୨୯ ତାରିଖରେ ଏକ ରିପୋର୍ଟରେ ପିଏଲଏରେ ଲଦାଖ ସୀମା ନିକଟରେ ମିସାଇଲ୍ ଟେଷ୍ଟ କରିଥିବା ନେଇ ପ୍ରକାଶ କରିଛି । କୁହାଯାଉଛି, ଏକ ସମାରାଭ୍ୟାସରେ ଘାତକ ମିସାଇଲର ପରୀକ୍ଷା କରିଯାଇଥିଲା । ପରେ ଏହାକୁ ଆକାଶମାର୍ଗରେ ହିଁ ମାରି ଖସାଇ ଦେଇଥିଲା ଚୀନ ସେନା । ଏହି କ୍ଷେପଣାସ୍ତ୍ରକୁ ଚୀନ ସେନାର ଶିଞ୍ଜୟାଙ୍ଗ ମିଲିଟାରୀ ଡିଷ୍ଟ୍ରିକ୍ ଟେଷ୍ଟ କରିଥିଲା ।  ସାଉଥ୍ ଚାଇନା  ମାଇନିଂ ପୋଷ୍ଟର ରିପୋର୍ଟ ମୁତାବକ,  ଏହି ଟେଷ୍ଟ ସବ୍-ସୋନିକ୍ କ୍ରୁଜ୍ ମିସାଇଲକୁ ପ୍ରଥମ ଥର ପାଇଁ ୫,୩୦୦ ମିଟର ଉପରେ ମାରି ଖସାଇ ଦିଆଯାଇଛି । ଭାରତ ନିକଟରେ ମାରାତ୍ମକ ବ୍ରହ୍ମୋସ ମିସାଇଲ୍ ରହିଛି । ଏହାକୁ ଚେକ୍ ଦେବା ଲାଗି ଚୀନ ଏହି ମିସାଇଲକୁ ପ୍ରସ୍ତୁତ କରିଛି ବୋଲି କୁହାଯାଉଛି ।..

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.