ସୁନୀତା ଓ୍ୱିଲିୟମ୍ସ ନୂଆ ଠିକଣା SpaceX Crew-9, ଯଥାଶୀଘ୍ର ଉଦ୍ଧାର ପାଇଁ ନାସାର ଅଭିଯାନ

Published By : Prameya-News7 Bureau | September 30, 2024 IST

ନୂଆଦିଲ୍ଲୀ ୩୦/୦୯: ଆରମ୍ଭ ହେଲା କାଉଣ୍ଟଡାଉନ୍ । ଉଦ୍ଧାର ହେବେ ମହାକାଶରେ ଫସିଥିବା ମହାକାଶଚାରୀ ସୁନୀତା ଓ୍ୱିଲିୟମ୍ସ । ଏଥିପାଇଁ ନାସା ପକ୍ଷରୁ ଆରମ୍ଭ ହୋଇଛି ଅଭିଯାନ ।  ଦୁଇ ଚାଳକ ଦଳକୁ ନେଇ ଉଡ଼଼ାଣ ଭରିଛି କ୍ରୁ-୯ ଡ୍ରାଗନ କ୍ୟାପସୁଲ । ଅନ୍ତରାଷ୍ଟ୍ରୀୟ ମହାକାଶ ଷ୍ଟେସନକୁ ଉଦ୍ଧାରକାରୀ ଟିମ ପଠାଇଲା ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା । 

ଗତ ୬ ଜୁନରୁ ଇଣ୍ଟରନାସନାଲ ସ୍ପେସ ଷ୍ଟେସନରେ ଫସି ରହିଛନ୍ତି ଦୁଇ ମହାକାଶଚାରୀ । ସେମାନଙ୍କୁ ଉଦ୍ଧାର କରିବାକୁ ସ୍ପେସ ଏକ୍ସ ପକ୍ଷରୁ ଆରମ୍ଭ ହୋଇଛି ରେସକ୍ୟୁ ଅପରେସନ । ସ୍ପେସ ଏକ୍ସର ଦୁଇ ଚାଳକ ଦଳକୁ ନେଇ ଟିମ ଇଣ୍ଟରନାସନାଲ ସ୍ପେଶ ଷ୍ଟେସନ ଯିବ । ଏମାନଙ୍କ ମଧ୍ୟରେ ଜଣେ ଆମେରିକୀୟ ମହାକାଶଚାରୀ ଥିବାବେଳେ ଅନ୍ୟ ଜଣେ ରୁଷିଆର ମହାକାଶଚାରୀ । 

ଗତ ଜୁନ ୬ ତାରିଖରେ ଇଣ୍ଟରନାସନାଲ ସ୍ପେସ ଷ୍ଟେସନକୁ ଯାଇଥିଲେ ମହାକାଶଚାରୀ ସୁନୀତା ୱିଲିୟମସ ଓ ବେରି ୱିଲମୋର । ସେହିଦିନଠାରୁ ଦୁଇ ବୈଜ୍ଞାନିକ ସେଠାରେ ଫସି ରହିଛନ୍ତି । ନାସାର ବ୍ୟବସାୟିକ ଉଡ଼ାଣ ହିସାବରେ କ୍ରୁ ନାଇନ ମିଶନ ସ୍ପେସ ଏକ୍ସର ନବମ ଉଡ଼ାଣ । ଫ୍ଲୋରିଡାର କେପ କେନାବେରେଲ ସ୍ପେସ କୋର୍ସ ଷ୍ଟେସନରୁ

ଏହି ମହାକାଶ ଯାନ ଭାରତୀୟ ସମୟ ଅନୁସାରେ ରବିବାର ରାତି ୧୦ଟା ୪୭ ମିନିଟରେ ଉଡ଼ାଣ ଭରିବାର କାର୍ଯ୍ୟକ୍ରମ ରହିଥିଲା । ସବୁ ଠିକଠାକ ଚାଲିବେ ଆସନ୍ତା ୩୦ ତାରିଖରେ ସୋମବାର ଭାରତୀୟ ସମୟ ଭୋର ୩ଟା ସମୟରେ ଏହି ଯାନ ଇଣ୍ଟରନାସନାଲ ସ୍ପେଶ ଷ୍ଟେସନରେ ଓହ୍ଲାଇବ । ଏହି ଯାନରେ ଦୁଇଟି ସିଟ୍ ଫାଙ୍କା ରଖାଯାଇଛି । ସେଠାରୁ ଫସି ରହିଥିବା ଦୁଇ ବୈଜ୍ଞାନିକକୁ ଏହି ଟିମ ଉଦ୍ଧାର କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.