ଲେବାନନ ପରେ 'ହୁତି' ବିଦ୍ରୋହୀ ଗୋଷ୍ଠୀକୁ ଟାର୍ଗେଟ୍; ୟେମେନରେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍

Published By : Prameya-News7 Bureau | September 30, 2024 IST

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଯୁଦ୍ଧର କଳା ବାଦଲ । ହମାସର ଔଧତ୍ୟ ପରେ ନରସଂହାର ଜାରି ରଖିଛି ଇସ୍ରାଏଲ । ଅକ୍ଟୋବର ମାସରେ ହମାସ ଆତଙ୍କବାଦୀ ସଂଗଠନ ଇସ୍ରାଏଲ ନଗରିକଙ୍କୁ ପଣବନ୍ଦୀ କରିବା ସହ ଘନ ଘନ ମିସାଇଲ୍ ହମଲା କରିଥିଲା । ଏହାର ଜବାବ ଦେଇ ଗାଜାପଟ୍ଟୀକୁ ଧ୍ବଂସସ୍ତୁପରେ ପରିଣତ କରି ଦେଇଛି ଇସ୍ରାଏଲ ଡିଫେନ୍ସ ଫୋର୍ସ । ଏବେ ଅର୍ଥାତ୍ ସେପ୍ଟେମ୍ବର ୧୬ ତାରିଖ ପରେ ଆଇଡିଏଫ ଏହି ଆକ୍ରମଣକୁ ଆହୁରି ଜୋରଦାର କରିଛି  । ହମାସ ଆତଙ୍କୀ ସଂଗଠନକୁ ସମର୍ଥନ କରୁଥିବା ଦେଶ ଉପରେ ପ୍ରଚଣ୍ଡ ପ୍ରହାର ଆରମ୍ଭ କରିଦେଇଛି ଇସ୍ରାଏଲ । ପ୍ରଥମେ ଲେବାନନର ହିଜବୁଲ୍ଲା ସଂଗଠନକୁ ଟାର୍ଗେଟ କିରଛି । ରାଜଧାନୀ ବିରୁଟରେ ଥିବା ଆତଙ୍କୀ ସଂଗଠନର ହେଡ୍ କ୍ବାର୍ଟରକୁ ଧ୍ବଂସ କରିବା ସହ ହିଜବୁଲ୍ଲା ମୁଖ୍ୟକୁ ମାରି ଦେଇଛି । ଆଉ ଏବେ ୟେମେନକୁ ଟାର୍ଗେଟ କରିଛି ଆଇଡିଏଫ । ହୋଦଇଦାହ ବନ୍ଦର ସିଟି ସହିତ ଅନେକ ଅଞ୍ଚଳରେ ଏୟାର ଷ୍ଟ୍ରାଇକ୍ କରିଛି । ଏହି ବୋମା ମାଡ଼ରେ 'ହୁତି' ବିଦ୍ରୋଦୀ ଗୋଷ୍ଠୀର ଏକ ବଡ଼ ଗ୍ରୁପର ମୃତ୍ୟୁ ହୋଇଥିବା ସୂଚନା ରହିଛି ।  

ନ୍ୟୁଜ୍ ଏଜେନ୍ସି ରୟଟର୍ସ ମୁତାବକ, ଗତ ଦୁଇ ଦିନ ଭିତରେ ହୁତି ବିଦ୍ରୋହୀ ଗୋଷ୍ଠୀ ଉପରେ ଘନଘନ ମିସାଇଲ୍ ମାଡ଼ କରିଛି ଇସ୍ରାଏଲ ସେନା । ଏଥିରେ ବହୁ ସଂଖ୍ୟାରେ ହୁତି ବିଦ୍ରୋହୀଙ୍କ ଠିକଣା ନଷ୍ଟ ହୋଇଛି । ଇସ୍ରାଏଲ ଏକ ବୟାନ ଜାରି କରି କହିଛି, ଯୁଦ୍ଧ ବିମାନ ଦ୍ବାରା ୟେମେନର ରାସ ଈସା ଏବଂ ହୋଦଇଦାହ ପୋର୍ଟ ସିଟିରେ ଏୟାର ଷ୍ଟ୍ରାଇକ୍ କରାଯାଇଛି । ଫଳରେ ବିମାନବନ୍ଦର ସହରର ଏକ ବଡ଼ ଅଂଶରେ ବିଜୁଳି ସରବରାହ ବିଚ୍ଛିନ୍ନ ହୋଇଛି  । ଆଇଡିଏଫ କହିଛି ହୁତି ଗୋଷ୍ଠୀ ତେଲଅବୀବ ନିକଟରେ ଥିବା ଏୟାରପୋର୍ଟକୁ ଟାର୍ଗେଟ୍ କରିଥିଲା । ତେଣୁ ହୁତି ଗୋଷ୍ଠୀ ଉପରେ ଜୋରଦାର ମିସାଇଲ୍ ଆଟାକ୍ କରାଯାଇଛି ।...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.