ପ୍ୟାରିସ୍ ଅଲିମ୍ପିକ୍ସରେ ଚୀନକୁ ପ୍ରଥମ ଗୋଲ୍ଡ, ନିରାଶ କଲେ ଭାରତୀୟ ଖେଳାଳି

Published By : Prameya-News7 Bureau | July 27, 2024 IST

hindustantimes

ପ୍ୟାରିସ: ଗତକାଲି ଉଦଘାଟନୀ ସମାରୋହ ପରେ ଆଜି ଆନୁଷ୍ଠାନିକ ଭାବେ ପ୍ୟାରିସ ଅଲିମ୍ପିକ୍ସର ପ୍ରଥମ ଦିନର ଖେଳ। ଏହି ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସର ପ୍ରଥମ ସ୍ଵର୍ଣ୍ଣ ପଦକ ଜିତିଛି ଚୀନ। ୧୦ ମିଟର ଏୟାର ରାଇଫଲର ମିଶ୍ରିତ ବର୍ଗରେ ଚୀନ ସ୍ଵର୍ଣ୍ଣ ପଦକ ହାସଲ କରିଛି।  

ଚୀନର ଲିହାଓ ସେଙ୍ଗ ଓ ୟୁଟିଙ୍ଗ ହୁଆଙ୍ଗ ଫାଇନାଲ୍‌ରେ ଦକ୍ଷିଣ କୋରିଆର ଜିହ୍ଵନ କେମ ଓ ହାଜୁନ ପାର୍କଙ୍କୁ ହରାଇ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ର ପ୍ରଥମ ସ୍ଵର୍ଣ୍ଣ ପଦକ ଜିତିଛନ୍ତି। ଦକ୍ଷିଣ କୋରିଆର ଏହି ଯୋଡ଼ିକୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।ସେହିପରି କାଜାକିସ୍ତାନର ସୁଟର ଇସ୍ଲାମ ସତପାୟେବ ଏବଂ ଆଲେକଜେଣ୍ଡ୍ରା ଲେ ଏହି ସଂସ୍କରଣରେ ଏହି ବର୍ଗରେ କାଂସ୍ୟ ପଦକ ଜିତିଛନ୍ତି।

ଭାରତୀୟ ଯୋଡ଼ି ଅର୍ଜୁନ ବାବୁତା ଓ ରମିତା ଜିନ୍ଦଲ ୧୦ ମିଟର ଏୟାର ରାଇଫଲ ମିଶ୍ରିତ ବର୍ଗରେ ପଦକ ମ୍ୟାଚ୍‌ରେ ସ୍ଥାନ ପାଇବାରେ ବିଫଳ ହୋଇଛନ୍ତି। ଏହି ଯୋଡ଼ି କ୍ଵାଲିଫିକେସନରେ ତିନି ରାଉଣ୍ଡରେ ୬୨୮.୭ ପଏଣ୍ଟ ହାସଲ କରି ଷଷ୍ଠ ସ୍ଥାନରେ ରହିଥିଲେ। 

ଏହି ପ୍ରତିଯୋଗିତାରେ ଅନ୍ୟ ଭାରତୀୟ ଯୋଡ଼ି ସନ୍ଦୀପ ସିଂ ଓ ଏଲାଭେଲିନ ୬୨୬.୩ ମୋଟ୍ ସ୍କୋର ସହ ୧୨ତମ ସ୍ଥାନରେ ରହିଛନ୍ତି। ଏହା ବ୍ୟତୀତ ଚାରି ଅନ୍ୟ ଭାରତୀୟ ସୁଟର ମନୁ ଭାକର, ରିଦମ ସାଙ୍ଗଓ୍ଵାନ, ସରବଜିତ ସିଂ ଓ ଅର୍ଜୁନ ଚୀମା ପରବର୍ତ୍ତୀ ସମୟରେ   ୧୦ ମିଟର ଏୟାର ପିସ୍ତଲ ଏକକ ବର୍ଗରେ ଭାଗ ନେବେ। 

  • Paris Olympics 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.