କଥା ରଖିଲେ ବିଧାୟକ, ନିର୍ବାଚନରେ ବିଜୟୀ ପରେ ଡଙ୍ଗା ଚଳାଇ ଗାଁକୁ କରିଲେ ଗସ୍ତ

Published By : Prameya-News7 Bureau | September 23, 2024 IST

ମାଥିଲି ୨୩।୦୯ : ଡଙ୍ଗା ଚଳାଇ ଗାଁକୁ ଗଲେ ବିଧାୟକ । ନିର୍ବାଚନରେ ଜିତିବା ପରେ ମାଲକାନଗିରି ଜିଲ୍ଲା ଗଜିଆଗୁଡା ଗାଁକୁ ଯାଇଛନ୍ତି ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ । 

ଖବର ଅନୁଯାୟୀ,  ଗଜିଆଗୁଡ଼ା ଗାଁକୁ ଏକ ବ୍ରିଜ୍‌ ନିର୍ମାଣ ହେଉଛି । ଯାହାକି ଏବେ ଯାଏଁ ସରିନାହିଁ । ଅଧାପାନ୍ତରିଆ ଅବସ୍ଥାରେ ପଡିରହିଛି ବ୍ରିଜ୍‌ । ଶେଷରେ ନିର୍ବାଚନରେ ବିଜୟୀ ପରେ ଗଜିଆଗୁଡ଼ା ଗାଁକୁ ଡଙ୍ଗା ଚଲାଇ ଯାଇଛନ୍ତି ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ । ନିଜେ ଡଙ୍ଗା ଚଳାଇ ଖଇରପୁଟ ବ୍ଲକ ଗୋବିନ୍ଦପାଲ୍ଲୀ ପଞ୍ଚାୟତ ଗଜିଆଗୁଡ଼ା ଗାଁକୁ ଗସ୍ତ କରିଛନ୍ତି । ନିର୍ବାଚନ ପୂର୍ବରୁ ପ୍ରତିଶୃତି ଦେଇଥିଲେ ବିଧାୟକ ଜିତିବା ପରେ ନିର୍ମାଣ କାମ କେମିତି ଶେଷ ହେବ । ତା ଉପରେ ବିଧାୟକଙ୍କ ପ୍ରଥମ ନଜର ରହିବ ବୋଲି ଜଣାପଡିଛି । ତେଣୁ ବିଧାୟକଙ୍କ ଗସ୍ତକୁ ଦେଖି ଗ୍ରାମବାସୀଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଭରିଦେଇଥିଲା । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.