ଦିଲ୍ଲୀ-ରାଜସ୍ଥାନ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

Published By : Prameya-News7 Bureau | December 19, 2024 IST

ଭୁବନେଶ୍ୱର ୧୯।୧୨ : ଦିଲ୍ଲୀ ଏବଂ ରାଜସ୍ଥାନ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ଗୁରୁବାରଠୁ ୫ ଦିନିଆ ଦିଲ୍ଲୀ ଏବଂ ରାଜସ୍ଥାନ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସନ୍ଧ୍ୟା ସାଢ଼େ ୫ଟାରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ୨୦ ତାରିଖରେ ଦିଲ୍ଲୀରୁ ରାଜସ୍ଥାନ ଯିବେ। ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ।  ଏହି ଗସ୍ତ ସମୟରେ ଦିଲ୍ଲୀରେ ଆୟୋଜିତ ୫୫ତମ GST ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗଦେବେ । ଏହାସହ କିଛି କେନ୍ଦ୍ରମନ୍ତ୍ରୀ ଏବଂ ଶୀର୍ଷ ନେତୃତ୍ବଙ୍କୁ ଭେଟି ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ସେହିଭଳି ରାଜସ୍ଥାନରେ ପ୍ରାକ୍ ବଜେଟ୍ ପ୍ରସ୍ତୁତି ଆଲୋଚନାରେ ଭାଗ ନେବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ୧୯, ୨୦ ଓ ୨୧ ତାରିଖ ରାଜସ୍ଥାନରେ ରହିବାର କାର୍ଯ୍ୟକ୍ରମ ରହିଛି । ସେହିଭଳି ୨୧, ୨୨ ଓ ୨୩ ତାରିଖ ଦିଲ୍ଲୀରେ ରହିବେ ମୁଖ୍ୟମନ୍ତ୍ରୀ ।

  • odisha
  • OdishaNews
  • CM Mohan Majhi
  • CMO
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.