‘କୃଷି ବିଦ୍ୟାନିଧି’ ଯୋଜନାରେ ପିଲାଙ୍କୁ ମିଳିବ ଛାତ୍ରବୃତ୍ତି, ସିଏମ କିଷାନ ଯୋଜନାର ଶୁଭାରମ୍ଭ ସମୟରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | September 08, 2024 IST

ସମ୍ବଲପୁର: ସିଏମ କିଷାନ ଯୋଜନାର ଶୁଭାରମ୍ଭ ସହ ଆଉ ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସିଏମ କିଷାନ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି କୃଷି ବିଦ୍ୟାନିଧି ଯୋଜନା। ଏହି ଯୋଜନା ଅନୁଯାୟୀ, ସିଏମ କିଷାନ ଯୋଜନା ହିତାଧିକାରୀଙ୍କ ପିଲାଙ୍କୁ ମିଳିବ ଛାତ୍ରବୃତ୍ତି। ବୈଷୟିକ ଶିକ୍ଷା, ଉଚ୍ଚଶିକ୍ଷା ପାଇଁ ମିଳିବ ସହାୟତା। 

ସୂଚନାଥାଉକି, ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ଅବସରରେ ସମ୍ବଲପୁରରେ ସିଏମ କିଷାନ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସମ୍ବଲପୁର ବିଶ୍ବବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଉପସ୍ଥିତିରେ ସିଏମ କିଷାନ୍ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଚାଷୀଙ୍କ ଆକାଉଣ୍ଟକୁ ଯାଇଛି ଯୋଜନାର ପ୍ରଥମ କିସ୍ତି ଟଙ୍କା । ଏହି ଯୋଜନା ଦ୍ବାରା ରାଜ୍ୟର ୪୫ଲକ୍ଷ ୭୬ହଜାର ୫୨୪ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୧୯ଲକ୍ଷ  ୧୨ହଜାର ୧୨୨ଜଣ ଭୂମିହୀନ ଚାଷୀ ଲାଭାନ୍ବିତ ହେବେ । ଏଥି ସହ ଭୂମିହୀନ ଚାଷୀଙ୍କୁ ୩ଟି କିସ୍ତିରେ ୧୨ହଜାର ୫୦୦ଟଙ୍କା ମିଳିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.