ନୂଆଦିଲ୍ଲୀ: ଅଲିଗଡ଼ ମୁସଲିମ୍ ବିଶ୍ୱବିଦ୍ୟାଳୟକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ଉତ୍ତର ପ୍ରଦେଶରେ ଏବେ ରାଜନୀତି ଜୋର ହୋଇଛି । ଶନିବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଲିଗଡ଼ର ଖେର ଆସନରେ ନିର୍ବାଚନ ପ୍ରଚାର କରିଛନ୍ତି । ଏହି ଅବସରରେ ସେ ଅଲିଗଡ଼ ମୁସିଲମ୍ ବିଶ୍ୱବିଦ୍ୟାଳକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ କଥା ମଧ୍ୟ ଉଲ୍ଲେଖ କରିଛନ୍ତି । ସିଏମ୍ କହିଛନ୍ତି ଯେ ଭାରତର ସମ୍ପତ୍ତିରେ ନିର୍ମାଣ ହୋଇଥିବା, ଭାରତର ଜନତାଙ୍କ ଟ୍ୟାକ୍ସରେ ଚାଲୁଥିବା ଏପରି ଏକ ସଂସ୍ଥା ଯିଏ ଅନୁସୂଚିତ ଜାତି, ଜନଜାତି ଏବଂ ପଛୁଆ ବର୍ଗର ଲୋକଙ୍କୁ ସଂରକ୍ଷଣ ଦେଉ ନାହିଁ, କିନ୍ତୁ ମୁସଲମାନଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ରହିଛି ।
ସିଏମ୍ ଯୋଗୀ କହିଛନ୍ତି ଯେ ଭାରତର ସମ୍ୱିଧାନ ଅନୁସୂଚିତ ଜାତି-ଜନଜାତି ଏବଂ ପଛୁଆ ଜାତିର ଲୋକଙ୍କୁ ସଂରକ୍ଷଣ ସୁବିଧା ଦେଉଛି, କିନ୍ତୁ ଏହି ବିଶ୍ୱବିଦ୍ୟାଳୟ ଏମାନଙ୍କୁ ସଂରକ୍ଷଣ ଦେଉ ନାହିଁ । ମଣ୍ଡଳ କମିଶନ ରିପୋର୍ଟ ଆଧାରରେ ସଂରକ୍ଷଣ ସୁବିଧା ଏସଟି-ଏସଟି ସମୁଦାୟକୁ ମିଳୁଛି, କିନ୍ତୁ ଏଏମୟୁରେ ଏହା ହେଇ ନାହିଁ । ଭାରତ ସରକାରଙ୍କ ଟଙ୍କା ବିଶ୍ୱବିଦ୍ୟାଳୟରେ ଖର୍ଚ୍ଚ ହେଉଛି, ତେଣୁ ଚାକିରିରୁ ଆରମ୍ଭ କରି ଶିକ୍ଷା କ୍ଷେତ୍ରରେ ବି ଏସସି-ଏସଟିଙ୍କୁ ସଂରକ୍ଷଣର ଲାଭ ମିଳିବା ଦରକାର । ସେ କହିଛନ୍ତି ଯେ କଂଗ୍ରେସ, ସମାଜବାଦୀ ପାର୍ଟି ଏବଂ ବିଏସପି ନିଜ ଭୋଟ୍ ବ୍ୟାଙ୍କ ପାଇଁ ଲୋକଙ୍କ ଭାବନା, ରାଷ୍ଟ୍ରୀୟ ଏକତା ଏବଂ ସାର୍ବଭୌମତ୍ୱ ସହ ସାଲିସ୍ କରୁଛି ।
कांग्रेस, समाजवादी पार्टी और बहुजन समाज पार्टी...
— Yogi Adityanath (@myogiadityanath) November 9, 2024
आपकी भावना के साथ-साथ राष्ट्रीय एकता और अखंडता के साथ भी खिलवाड़ कर रहे हैं... pic.twitter.com/FVMt5qRIVt
ଉଲ୍ଲେଖଯୋଗ୍ୟ ଯେ ସୁପ୍ରିମକୋର୍ଟଙ୍କ ୭ ଜଜ୍ଙ୍କ ସାମ୍ୱିଧାନିକ ଖଣ୍ଡପୀଠ ଶୁକ୍ରବାର ଏଏମୟୁ ସହ ଜଡ଼ିତ ୫୭ ବର୍ଷ ପୁରୁଣା ରାୟକୁ ରଦ୍ଦ କରିଥିଲେ, ଯେଉଁଥିରେ କୁହାଯାଇଥିଲା ଯେ ଏଏମୟୁ ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନ ପାଇବା ପାଇଁ ଯୋଗ୍ୟ ନୁହେଁ, କାରଣ ଏହାର ସ୍ଥାପନା କେନ୍ଦ୍ରୀୟ ଆଇନରେ ହୋଇଛି । ସମ୍ୱିଧାନିକ ଖଣ୍ଡପୀଠର ଏହି ରାୟ ପରେ ଏବେ ତିନି ଜଜଙ୍କ ଖଣ୍ଡପୀଠ ଏଏମୟୁ ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନ ସଂସ୍ଥା କି ନୁହେଁ ତାହାର ଯାଞ୍ଚ କରିବ ।