ନୂଆଦିଲ୍ଲୀ ୨୬/୧୧: ସରିଛି ପର୍ଥ୍ ଟେଷ୍ଟ ମୁକାବିଲା । ଏବେ ଆଡିଲେଡ୍ରେ ଖେଳାଯିବ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ । ହେଲେ ମ୍ୟାଚ୍ ପୂର୍ବରୁ ଭାରତୀୟ କ୍ରିକେଟ୍ ଦଳକୁ ଲାଗିଛି ଶକ୍ତ ଝଟ୍କା । ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ମ୍ୟାଚ୍ ଅଧାରେ ଫେରିଛନ୍ତି ଭାରତ । ତେବେ ତାଙ୍କ ଭାରତ ଆସିବା ପଛରେ ଫ୍ୟାମିଲି ପ୍ରୋବଲେମ୍ ବୋଲି ଜଣାପଡିଛି ।
ଅର୍ଥାତ୍ ପାରିବାରିକ ସ୍ଥିତି ଯୋଗୁଁ ସେ ଭାରତ ଫେରିଆସିଛନ୍ତି । କିନ୍ତୁ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ସେ ଅଷ୍ଟ୍ରେଲିଆ ଫେରିଯିବାର ସମ୍ଭାବନା ରହିଛି । ଭାରତୀୟ କ୍ରିକେଟ୍ ଦଳ ବର୍ତ୍ତମାନ ଅଷ୍ଟ୍ରେଲିଆ ଗସ୍ତରେ ଅଛି, ଯେଉଁଠାରେ ପର୍ଥରେ ଖେଳାଯାଇଥିବା ବର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚରେ ୨୯୫ ରନ୍ ଜିତିଛି ଭାରତ । ଏହି ସିରିଜ୍ ଗୌତମ ଗମ୍ଭୀରଙ୍କ ପାଇଁ ମଧ୍ୟ ଏକ ଭାଗ୍ୟ ପରୀକ୍ଷା । କାରଣ ତାଙ୍କ କୋଚିିଂ ସମୟରେ ଭାରତୀୟ ଦଳର ପ୍ରଦର୍ଶନ ନଥିଲା ଭଲ ।
ତେବେ, ଡିସେମ୍ବର ୬ରୁ ଆଡିଲେଡରେ ଆରମ୍ଭ ହେବାକୁ ଥିବା ଟେଷ୍ଟ ପୂର୍ବରୁ ଗମ୍ଭୀର ଭାରତୀୟ ଦଳରେ ଯୋଗଦେବେ । ଗମ୍ଭୀରଙ୍କ ଅନୁପସ୍ଥିତିରେ ସହକାରୀ ପ୍ରଶିକ୍ଷକ ଅଭିଷେକ ନାୟର, ରିୟାନ୍ ଦଶ ଡୋଚେଟ୍, ବୋଲିଂ କୋଚ୍ ମର୍ନେ ମର୍କେଲ ଏବଂ ଫିଲ୍ଡିଂ କୋଚ୍ ଟି ଦିଲୀପ ଏହି ପ୍ରଶିକ୍ଷଣ ଶିବିରରେ ସାମିଲ ହେବେ ।