ୱାଶିଂଟନ ୦୬/୦୭: ଆମେରିକା ରାଷ୍ଟ୍ରପତିଙ୍କ ସରକାରୀ ବାସଭବନ ହ୍ୱାଇଟ ହାଉସରେ ରବିବାର ରାତିରେ ଧଳା ପାଉଡର ମିଳିଥିଲା । ତାହା କୋକେନ ବୋଲି ଜଣାପଡ଼ିଛି । ୱାଶିଂଟନ ପୋଷ୍ଟରେ ଏହି ଦାବି କରାଯାଇଛି । ଏହି ମାମଲାର ତଦନ୍ତ ସିକ୍ରେଟ ସର୍ଭିସ ଟିମ୍ କରୁଛି । ୩ ଦିନ ପୂର୍ବେ ଏହି ପାଉଡର ହ୍ୱାଇଟ ହାଉସ ପାଠାଗାରରୁ ମିଳିଥିଲା ।
ସୋମବାର ଏହାର ଯାଞ୍ଚ ଆରମ୍ଭ ହୋଇଥିଲା । ନ୍ୟୁୟର୍କ ପୋଷ୍ଟ ରିପୋର୍ଟ ମୁତାବକ ମିଳିଥିବା ଧଳା ପାଉଡର ହେଉଛି କୋକେନ ହାଇଡ୍ରୋକ୍ଲାରାଇଡ । କୋକେନ ଜବତ ବେଳେ ରାଷ୍ଟ୍ରପତି ଜୋ ବାଇଡେନ୍ ସେଠାରେ ନ ଥିଲେ । ପରିବାର ସହ ସେ ସପ୍ତାହାନ୍ତ ଛୁଟି କଟାଇବାକୁ କ୍ୟାମ୍ପ୍ ଡେଭିଡରେ ଥିଲେ । ରାଷ୍ଟ୍ରପତି ବାଇଡେନଙ୍କ ବଡ଼ପୁଅ ୫୩ ବର୍ଷୀୟ ହଣ୍ଟରଙ୍କ ଉପରେ ସନ୍ଦେହ ବଢ଼ିବାରେ ଲାଗିଛି । ସେ ଡ୍ରଗ୍ସ ସେବନ କରୁଥିବା ପୂର୍ବରୁ ସ୍ୱୀକାର କରିସାରିଛନ୍ତି । ଶୁକ୍ରବାର ପିତାଙ୍କ ସହ ବୁଲିବାକୁ ଯିବା ପୂର୍ବରୁ ହଣ୍ଟର ହ୍ୱାଇଟ ହାଉସରେ ଥିଲେ ।
ମଙ୍ଗଳବାର ବାଇଡେନ ପରିବାର ହ୍ୱାଇଟ ହାଉସକୁ ଫେରିଥିଲା । ହଣ୍ଟର ନିଜ ପୁସ୍ତକ ‘ବିୟୁଟିଫୁଲ୍ ଥିଙ୍ଗ୍ସ’ରେ ଖୁଲାସା କରିଥିଲେ ଯେ ୨୦୧୫ରେ ତାଙ୍କ ଭାଇଙ୍କ ଦେହାନ୍ତ ପରେ ସେ କୋକେନ୍ କବଳରେ ପଡ଼ିଥିଲେ । ସେ ଏହାର ଅଭ୍ୟାସରେ ପଡ଼ିଯାଇଥିଲେ । ଏହାକୁ ଛାଡ଼ିବା ପାଇଁ ବର୍ଷେ ପର୍ଯ୍ୟନ୍ତ ଚିକିତ୍ସା କରାଇବାକୁ ପଡ଼ିଥିଲା । ତେବେ ବର୍ତ୍ତମାନ ମଧ୍ୟ ହଣ୍ଟର ବାଇଡେନ କୋକେନ ନେଉଥିବା କୁହାଯାଉଛି । ତାଙ୍କର କିଛି ଫଟୋ, ଟେକ୍ସଟ ମେସେଜ ଏବଂ ଚାଟିଂରୁ ଏହା ଜଣାପଡୁଛି ।
you can also read..
wp:embed {"url":"https://www.prameyanews7.com/taliban-is-getting-more-brutal-day-by-day/","type":"wp-embed","providerNameSlug":"prameya-news-7"} /wp:embed