ଜମ୍ମୁ-କାଶ୍ମୀର ଅନନ୍ତନାଗରେ ସେନା-ଆତଙ୍କବାଦୀ ଏନକାଉଣ୍ଟର: କର୍ଣ୍ଣେଲ, ମେଜର ଏବଂ ଡିଏସପି ସହିଦ

Published By : Prameya-News7 Bureau | September 13, 2023 IST

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର ଅନନ୍ତନାଗରେ ଆତଙ୍କବାଦୀଙ୍କ ସହ ଏନକାଉଣ୍ଟରରେ ସେନାର ଜଣେ କର୍ଣ୍ଣେଲ, ମେଜର ଏବଂ ଜଣେ ଡିଏସପି ସହିଦ ହୋଇଛନ୍ତି। ବୁଧବାର ଏନେଇ ପୋଲିସ୍‌ ଅଧିକାରୀ ସୂଚନା ଦେଇଛନ୍ତି। ଅଧିକାରୀ କହିଛନ୍ତି କର୍ଣ୍ଣେଲ ମନପ୍ରୀତ ସିଂହ, ମେଜର ଆଶୀଷ, ଜମ୍ମୁ-କାଶ୍ମୀର ଡିଏସପି ହୁମାୟୁଁ ଭଟ୍ଟ ଗୁଳିକାଣ୍ଡରେ ଗୁରୁତର ଆହତ ହୋଇଥିଲେ । ପରେ ଚିକିତ୍ସାଧୀ ଅବସ୍ଥାରେ ମୃତ୍ୟୁ ହୋଇଛି ।

ଅଧିକାରୀଙ୍କ ସୂଚନା ଅନୁଯାୟୀ, ଗାଡୋଲେ ଅଞ୍ଚଳରେ ଲୁଚିଥିବା ଆତଙ୍କବାଦୀଙ୍କ ବିରୋଧରେ ସର୍ଚ୍ଚ ଅଭିଯାନ ମଙ୍ଗଳବାର ସନ୍ଧ୍ୟାରୁ ଆରମ୍ଭ ହୋଇଥିଲା। ଆଉ ପୁଣି ବୁଧବାର ସକାଳେ ସର୍ଚ୍ଚ ଆରମ୍ଭ ହୋଇଥିଲା। ଆଉ ଏହି ସର୍ଚ୍ଚ ଅପରେସନ ସମୟରେ ଆତଙ୍କବାଦୀଙ୍କ ସହ ଗୁଳି ବିନିମୟରେ ସହିଦ ହୋଇଛନ୍ତି କର୍ଣ୍ଣେଲ, ମେଜର ଏବଂ ଡିସିପି।

{"id":844141,"sizeSlug":"full","linkDestination":"none"}
Indiatoday

ଆହୁରି ପଢ଼ନ୍ତୁ: ଦେଶ ପାଇଁ ସହିଦ୍ ହୋଇଗଲା କୁକୁର ‘କେଣ୍ଟ୍’, ସାଥୀ ଯବାନଙ୍କ ଜୀବନ ବଞ୍ଚାଇ ଆତଙ୍କୀଙ୍କ ଗୁଳିରେ ଟଳିପଡିଲା

ସେପଟେ ରଜୌରୀ ମଧ୍ୟ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ରିପୋର୍ଟ ଅନୁଯାୟୀ, ରଜୌରୀରେ ବୁଧବାର ଏନକାଉଣ୍ଟରରେ ସୁରକ୍ଷାକର୍ମୀ ଜ​‌​‌ଣେ ଆତଙ୍କାବାଦୀକୁ ନିପାତ କରିଛନ୍ତି। ଏହା ସହ ରଜୌରୀର ସୁଦୂର ନାରଲା ଗାଁରେ ତିନି ଦିନ ଧରି ଜାରି ରହିଥିବା ଅଭିଯାନ ସମୟରେ ନିହତ ହୋଇଥିବା ଆତଙ୍କବାଦୀଙ୍କ ସଂଖ୍ୟା ତିନି ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.