ହରିଆଣା ନିର୍ବାଚନ: ବିଶ୍ୱାସ ହେଉନି ରେଜଲ୍ଟ, ଇଭିଏମ୍‌ ଟାମ୍ପରିଂ ଅଭିଯୋଗ ଆଣିଲା କଂଗ୍ରେସ

Published By : Prameya-News7 Bureau | October 08, 2024 IST

indiatoday

ଚଣ୍ଡିଗଡ଼: ହରିଆଣା ନିର୍ବାଚନରେ ପରାଜୟକୁ ସହଜରେ ହଜମ କରିପାରୁ ନାହିଁ କଂଗ୍ରେସ। ଦଳକୁ ଲାଗୁଛି, ସବୁକିଛି ଠିକ୍ ଥିଲ। ହାୱା ସରକାରୀ ବିରୋଧୀ ବହୁଥିଲା। ତା ସତ୍ତ୍ୱେ ବି କେମିତି ବିଜେପି ବାଜିମାରିଲା ? ଏନେଇ କଂଗ୍ରେସ ଇଭିଏମ୍ ଟାମ୍ପରିଂ ଅଭିଯୋଗ ଆଣିଛି। ଜନମତକୁ ପ୍ରଭାବିତ କରାଯାଇ ବିଜେପି ନିର୍ବଚନ ବିଜୟୀ ହୋଇଛି ବୋଲି କଂଗ୍ରେସ ଦାବି କରିଛି। 

ବିଜେପି ଇଭିଏମ୍‌କୁ ନିଜ ଅଛୁଅନୁସାରେ ପରିଚାଳନା କରି ଲୋକଙ୍କ ଇଛାକୁ ନଷ୍ଟ କରିଛି ବୋଲି କଂଗ୍ରେସ ଦାବି କରିଛି। ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ସାଧାରଣ ସମ୍ପାଦକ ଏବଂ ଯୋଗାଯୋଗ ମୁଖ୍ୟ ଜୟରାମ ରମେଶ ଏହି ଅଭିଯୋଗ ଆଣିଛନ୍ତି। ଜୟରାମ କହିଛନ୍ତି “ ମୁଁ ନିର୍ବାଚନ କମିଶନଙ୍କ ସହ ଯୋଗାଯୋଗରେ ଅଛି। ଇସି ମୋ ଅଭିଯୋଗରେ ଉତ୍ତର ଦେଇଛନ୍ତି। ମୁଁ ମଧ୍ୟ ତାଙ୍କ ଜବାବର ଜବାବ ଦେଇଛି। ଶେଷ ୩ ଜିଲ୍ଲାର ଭୋଟ ଗଣତି ପ୍ରକ୍ରିୟା ବେଳେ ଇଭିଏମ୍‌ କାମ ନ କରିବା ନେଇ ଆମେ ବଡ଼ ଗମ୍ଭୀର ଅଭିଯୋଗ ପାଇଛୁ। ଆମେ ହରିଆଣାର ଆମର ବରିଷ୍ଠ ସହଯୋଗୀଙ୍କ ସହ ଆଲୋଚନା କରିଛୁ।  ଏନେଇ ତଥ୍ୟ ସଂଗ୍ରହ କରାଯାଉଛି ଏବଂ ଏସବୁ ମିଶାଇ ନିର୍ବାଚନ ଆୟୋଗଙ୍କ ପାଖରେ ଉପସ୍ଥାପନ କରିବାକୁ ଆଶା କରୁଛୁ।”

ରମେଶ ଆହୁରି କହିଛନ୍ତି ଯେ ହରିୟାଣାର ଫଳାଫଳ ସଂପୂର୍ଣ୍ଣ ଅପ୍ରତ୍ୟାଶିତ, ଆଶ୍ଚର୍ଯ୍ୟଜନକ ଏବଂ ବିରୋଧାଭାସୀ। ଏହା ଗ୍ରାଉଣ୍ଡ ବାସ୍ତବତା ବିରୋଧରେ ଯାଇଛି। ଏହା ଲୋକଙ୍କ ଇଚ୍ଛା ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଦଳିମକଚିବାର ବିଜୋୟ ବୋଲି ଶ୍ରୀ ରମେଶ କହିଛନ୍ତି।

ଏହା ପୂର୍ବରୁ ୱେବ୍‌ସାଇଟ୍‌ରେ ନିର୍ବାଚନ ଅପ୍‌ଡେଟ୍‌ ଟ୍ରେଣ୍ଡ ଅପଲୋଡ କରିବାରେ ବିଳମ୍ବ ହେଉଥିବା ନେଇ ଜୟରାମ ରମେଶ ଇଲେକ୍ସନ କମିଶନଙ୍କୁ ଚିଠି ଲେଖି ଅଭିଯୋଗ କରିଥିଲେ। 

ଏହାର ଉତ୍ତର କଂଗ୍ରେସ ଉପରେ ଅସନ୍ତୋଷ ବ୍ୟକ୍ତି କରିଥିଲେ ଇସି। ଅଭିଯୋଗ ସମ୍ପୂର୍ଣ୍ଣ ବିତ୍ତିହୀନ,ଦାୟିତ୍ୱହୀନ ଓ ଦୁର୍ଭାବନାପୂର୍ଣ୍ଣ ବୋଲି 

ଇଲେକ୍ସନ କମିଶନ କହିଥିଲେ।

ମଙ୍ଗଳବାର ଭୋଟ୍ ଗଣନା ଆରମ୍ଭରେ କଂଗ୍ରେସ ଆଗରେ ଚାଲିଥିଲା। ଟ୍ରେଣ୍ଡ ଦେଖି ଦିଲ୍ଲୀ ଏବଂ ଚଣ୍ଡିଗଡ଼ରେ ଥିବା ଦଳୀୟ କାର୍ଯ୍ୟାଳୟରେ ଉତ୍ସବ ପାଳନ ଆରମ୍ଭ ହୋଇଥିଲା। ହେଲେ ଶେଷ ବେଳକୁ ବିଜେପି ଲିଡ୍‌ ନେଇ ବିଜୟୀ ହୋଇଛି। 

ହରିଆଣାର ୯୦ ବିଧାନସଭା ଆସନ ମଧ୍ୟରୁ ମ୍ୟାଜିକ୍ ନମ୍ବର ୪୬ ରହିଥିବା ବେଳେ ବିଜେପି ୪୮ ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ୩୭ ଆସନରେ ସୀମିତ ରହି ଯାଇଛି।  

ନିର୍ବାଚନ ଫଳାଫଳକୁ ନେଇ କଂଗ୍ରେସ ନେତା ପବନ ଖେଡ଼ା ମଧ୍ୟ ଅଭିଯୋଗ କରିଛନ୍ତଇ। ଫଳାଫଳ ଅପ୍ରତ୍ୟାଶିତ। ଇଭିଏମ୍‌ରେ ଅସଂଗତି ନେଇ ହିସାର,ପାନିପଥ, ମହେନ୍ଦ୍ରଗଡ଼ରୁ ଆମେ ଏକାଧିକ ଅଭିଯୋଗ ପାଇଛୁ। ଆମ ପ୍ରାର୍ଥୀମାନେ ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ଅଭିଯୋଗ କରିଛନ୍ତି। କିନ୍ତୁ ଆମେ ଇଲେକ୍ସନ କମିଶନଙ୍କ ପାଖରେ ଆମେ ଅଭିଯୋଗ କରିବୁ ବୋଲି ପବନ ଖେଡ଼ା କହିଛନ୍ତି।  

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.