ରସିକିଆ କନେଷ୍ଟବଳଙ୍କ ଦବଙ୍ଗଗିରି, ପ୍ରେମରେ ବିଫଳ ପରେ ଘରେ ପଶି ଯୁବତୀଙ୍କୁ ମାଡ ମାରିଥିବା ଅଭିଯୋଗ

Published By : Prameya-News7 Bureau | September 23, 2024 IST

ଯାଜପୁର ୨୩/୯: ପ୍ରଥମେ ପ୍ରେମ ନିବେଦନ । ନମାନିବାରୁ ଘରେ ପଶି ମାଡ । ରସିକିଆ କନେଷ୍ଟବଳଙ୍କ ଦବଙ୍ଗଗିରି । ମହିଳା ନର୍ସଙ୍କ   ଘରେ ପଶି ପ୍ରେମ ନିବେଦନ କଲେ । କଥା ନମାନିବାରୁ ନିସ୍ତୁକ ମାଡ ମାରିଥିବା ଅଭିଯୋଗ ହୋଇଛି । ଯାଜପୁର ଦଶରଥପୁର ବ୍ଲକ ରାମବାଗ ଫାଣ୍ଡି କନେଷ୍ଟବଳ ଜିତେନ୍ଦ୍ର ବିଶ୍ବାଳଙ୍କ ରାତିଅଧରେ ଦବଙ୍ଗଗିରିକୁ ନେଇ ଚର୍ଚ୍ଚା ଓ ଆଲୋଚନା ଜୋର୍‌ ।

ମେରଦା ଉପସ୍ବାସ୍ଥ୍ୟକେନ୍ଦ୍ରର ଷ୍ଟାଫ ନର୍ସଙ୍କୁ ଦୀର୍ଘ ଦିନ ଧରି ପ୍ରେମ ନିବେଦନ କରିବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ସଂଗୀନ ଅଭିଯୋଗ ହୋଇଛି । ରବିବାର ରାତିରେ ପୁଣି ଘରେ ପଶି ଅସଦାଚରଣ କରିବା ସହ ମାଡ ମାରିଥିବା କହିଛନ୍ତି ପୀଡିତା । ମଙ୍ଗଳପୁର ଥାନାରେ ଅଭିଯୋଗ ପରେ ପୋଲିସ ରଙ୍ଗିଲା କନେଷ୍ଟବଳ ଜିତେନ୍ଦ୍ରକୁ ଅଟକ ରଖି ପଚରାଉଚରା କରୁଛି । 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.