ସର୍ଜରୀ ଦ୍ୱାରା ଲିଙ୍ଗ ବଦଳାଇବା ସାମ୍ବିଧାନିକ ଅଧିକାର: ଆଲ୍ଲାହବାଦ ହାଇକୋର୍ଟ

Published By : Prameya-News7 Bureau | August 24, 2023 IST

ନୂଆଦିଲ୍ଲୀ, ୨୪/୦୮: ‘କୌଣସି ବ୍ୟକ୍ତି ସର୍ଜରୀ ମାଧ୍ୟମରେ ନିଜ ଲିଙ୍ଗ ବଦଳାଇବା ସାମ୍ବିଧାନିକ ଅଧିକାର’। ଆଲ୍ଲାହବାଦ ହାଇକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ମାମଲରେ ଶୁଣାଣ କରି ଏଭଳି କହିଛନ୍ତି। ଏହା ସହ ହାଇକୋର୍ଟ, ଉତ୍ତର ପ୍ରଦେଶ ପୋଲିସ୍‌ର ମହିଳା କନଷ୍ଟେବଳଙ୍କ ଆବେଦନ ଉପରେ ନିଷ୍ପତ୍ତି ନେବାକୁ ପୋଲିସ୍‌ ମହାନିର୍ଦ୍ଦେଶକ (ଡିଜିପି)ଙ୍କୁ କହିଛନ୍ତି। ଏହି ଯାଚିକାରେ ଜଣେ ମହିଳା ପୋଲିସ୍‌ କନଷ୍ଟେବଳ ନିଜ ଲିଙ୍ଗ ପରିବର୍ତ୍ତନ ସର୍ଜରୀ (ଏସଆରଏସ) ପାଇଁ ଅନୁମତି ମାଗିଥି​‌ଲେ।

ଉତ୍ତର ପ୍ରଦେଶ ଡିଜିପିଙ୍କ ଠାରୁ ମାଗିଥିଲେ ଅନୁମତି:

ଯାଚିକାକର୍ତ୍ତା ଉତ୍ତର ପ୍ରଦଶ ପୋଲିସ୍‌ରେ ଜ​‌ଣେ ପୋଲିସ୍‌ କନଷ୍ଟେବଳ ଭାବରେ କାମ କରୁଛନ୍ତି। ଯାଚିକାକର୍ତ୍ତାଙ୍କ ଓକିଲ ଅଗଷ୍ଟ ୧୮ରେ କୋର୍ଟରେ ଶୁଣାଣି ସମୟରେ କୋର୍ଟ​‌​‌ କହିଥିଲେ ଯେ, ମାର୍ଚ୍ଚ ୧୧ରେ ପୋଲିସ ମହାନିର୍ଦ୍ଦେଶକଙ୍କ ସମ୍ମୁଖରେ ଏସଆରଏସ ଅନୁମତି ପାଇଁ ଅନୁରୋଧ କରିଥିଲେ। କିନ୍ତୁ ଏହାକୁ ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇପାରିନାହିଁ ଯେଉଁଥିପାଇଁ ଏହି ଯାଚିକା ଦାୟର କରାଯାଇଛି ।

ସର୍ଜରୀ ମାଧ୍ୟମରେ ନିଜ ଲିଙ୍ଗ ବଦଳାଇବା ସମ୍ବିଧାନିକ ଅଧିକାର: ଆଲାହାବାଦ ହାଇକୋର୍ଟ

ତେବେ କନଷ୍ଟବଳଙ୍କ ଏସଆରଏସ କରିବା ଅଧିକାରକୁ ସ୍ବୀକାର କରି ବିଚାରପତି ଅଜିତ୍‌ କୁମାରଙ୍କ ଏକକ ବେଞ୍ଚ କହିଛନ୍ତି ‘‘ ଏଥିରେ ସନ୍ଦେହ କରିବାର କିଛି ନାହିଁ ଯେ, ଯାହାର ଭାବନାତ୍ମକ ଏବଂ ମାନସିକ ବିଶେଷତ୍ବ ବିପରୀତ ଲିଙ୍ଗର ଲକ୍ଷଣ ସହ ଜଡ଼ିତ, ସମ୍ବିଧାନିକ ଭାବରେ ସର୍ଜରୀ ମାଧ୍ୟମରେ ଲିଙ୍ଗ ପରିବର୍ତ୍ତନ କରିବାକୁ ମାନ୍ୟ।’’ କୋର୍ଟ ଅଗଷ୍ଟ ୧୮ରେ ଏହାି ଆଦେଶ ଦେଇଥିଲେ।

ଆହୁରି ପଢ଼ନ୍ତୁ: ଜାମିନ୍‌ ବିହୀନ ଓ୍ବାରେଣ୍ଟ ଖାରଜ କରିବାକୁ ମନା କଲେ ସୁପ୍ରିମକୋର୍ଟ, ଜେଲ ଯିବେ ଉମର ଅନସାରୀ ?

କୋର୍ଟ ଶୁଣାଣି ସମୟରେ, ସୁପ୍ରିମକୋର୍ଟଙ୍କ ୨୦୧୪ ଏପ୍ରିଲ ୧୫ର ଟ୍ରାନ୍ସପର୍ସନଙ୍କୁ ତୃତୀୟ ଲିଙ୍ଗ ଭାବରେ ମାନ୍ୟତାର ଉଲ୍ଲେଖ କରିଥିଲେ। ଏହା ସହ ବେଞ୍ଚ ରାଜ୍ୟ ସରକାରଙ୍କ ଓକିଲଙ୍କୁ ସୁପ୍ରିମକୋର୍ଟଙ୍କ ୨୦୧୪ର ନିଷ୍ପତ୍ତି ଅନୁଯାୟୀ ଗାଇଡଲାଇନର କାର୍ଯ୍ୟକାରୀ କରିବା ବିଷୟରେ ସୂଚନା ପ୍ରଦାନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.