ନୂଆଦିଲ୍ଲୀ: କରୋନା ମହାମାରୀ ଅନେକ ଜୀବନ ଏବଂ ଘର ବରବାଦ କରିଛି । କରୋନାରେ ସଂକ୍ରମିତ ଲୋକଙ୍କ ପାଖରେ ଏବେ ବି ପାର୍ଶ୍ୱପ୍ରତିକ୍ରିୟା ଦେଖିବାକୁ ମିଳୁଛି । ଏହାରି ଭିତରେ ଭାଇରସ୍ ସହ ଜଡ଼ିତ ଏକ ପଜିଟିଭ ଖବର ସାମନାକୁ ଆସିଛି । କିଛି ଡକ୍ଟର୍ସଙ୍କ ଅନୁସାରେ କୋଭିଡ୍ ଭାଇରସ କ୍ୟାନ୍ସର ଚିକିତ୍ସାରେ ସହଯୋଗୀ ହୋଇପାରେ । ଦାବି ଅନୁସାରେ ଅନେକ କ୍ୟାନ୍ସର ରୋଗୀଙ୍କୁ କରୋନା ହେବା ପରେ ସେମାନଙ୍କ ଟ୍ୟୁମର ଆକାର ସାନ ହୋଇଛି । ଏହି ପରିଣାମ ଡାକ୍ତରଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି । ଅଧ୍ୟୟନରୁ ମିଳିଥିବା ରେଜଲ୍ଟରୁ ଗବେଷଣାକାରୀ ଏକ ନୂଆ ସମ୍ଭାବନାର ଆଶା ରଖିଛନ୍ତି ।
କୋଭିଡ୍ ୧୯ ଏବଂ କ୍ୟାନ୍ସର ସହ ଜଡ଼ିତ ଏହି ରିସର୍ଚ୍ଚ ନର୍ଥୱେଷ୍ଟର୍ନ କ୍ୟାନିଂ ଥୋରେସିକ୍ ଇନଷ୍ଟିଚ୍ୟୁଟ୍ରେ ହୋଇଛି । ନଭେମ୍ୱରର ଜର୍ଣ୍ଣାଲ ଅଫ୍ କ୍ଲିନିକଲ୍ ଇନଭେଷ୍ଟିଗେସନରେ ପ୍ରକାଶ ପାଇବ । କରୋନା ସମୟରେ ଦେଖିବାକୁ ମିଳିଛି ଯେ ଯେଉଁମାନେ ଏଥିରେ ଅଧିକ ସଂକ୍ରମିତ ହୋଇଥିଲେ, ସେମାନଙ୍କ ଟ୍ୟୁମର ସାନ ହୋଇଛି କିମ୍ୱା ଧୀରେ-ଧୀରେ ବଢିଛି । ଏହି ଅଧ୍ୟୟନ ଉପରେ ବିଶ୍ୱବିଦ୍ୟାଳୟର ମୁଖ୍ୟ ଅଙ୍କିତ୍ ଭାରତ କହିଛନ୍ତି, 'ଏହା ଠିକ୍ କି ନାହିଁ ଆମେ ଜାଣି ନଥିଲୁ, କାରଣ ରୋଗୀ ଅଧିକ ଅସୁସ୍ଥ ଥିଲେ । ଏପରି କଣ ଘଟିଲା ଯେ ଇମ୍ୟୁନ ସିଷ୍ଟମ୍ ଏତେ ଅଧିକ ବଢିଲା, ଯାହା କ୍ୟାନ୍ସର ସେଲକୁ ମଧ୍ୟ ମାରିବାରେ ସଫଳ ହୋଇଥିଲା ? ଏପରି କଣ ଘଟିଲା ?'
କିଛି କେସ୍ ଦେଖିବା ପରେ ଡାକ୍ତରମାନେ ନିଜ ଟିମ୍ ସହ ଏହା ଉପରେ ଅଧିକ ଗବେଷଣା କରିଥିଲେ । ଡାକ୍ତର ଭାରତ ଏବଂ ତାଙ୍କ ଟିମ୍ ଜାଣିବାକୁ ପାଇଥିଲେ ଯେ SARS-Cov-2 ଶରୀରରେ ଥିବା ସମୟରେ ମୋନୋସାଇଟ୍ ସେଲ୍ସ ଭିନ୍ନ ଭିନ୍ନ ବ୍ୟବହାର କରିଥାନ୍ତି । ସାଧାରଣ ଅବସ୍ଥାରେ ମୋନୋସାଇଟ୍ସ ରକ୍ତରେ ବୁଲି କୌଣସି ଖରାପ ସେଲ୍ କିମ୍ୱା ବିପଦ ଦେଖିଲେ ଆଲର୍ଟ କରିଥାଏ । କିଛି ମୋନୋସାଇଟ୍ସ କ୍ୟାନ୍ସର ସହ ଲଢୁଥିବା ସେଲ୍ସକୁ ଟ୍ୟୁମର ଯାଏଁ ନେଇଯାଇଥାଏ । କିନ୍ତୁ ବେଳେବେଳେ କ୍ୟାନ୍ସର ସେଲ୍ ମୋନୋସାଇଟ୍ସକୁ ଚଖମା ଦେଇଥାଏ । କ୍ୟାନ୍ସର ସେଲ୍ ମୋନୋସାଇଟ୍ ପଛରେ ଲୁଚି ରହିଯାଏ, ଯେଉଁଥି ପାଇଁ ଇମ୍ୟୁନ୍ ସିଷ୍ଟମ ଏହାକୁ ଖୋଜି ନଷ୍ଟ କରିପାରେ ନାହିଁ । କିନ୍ତୁ SARS-Cov-2 ଭାଇରସ ଶରୀରରେ ଥିବା ସମୟରେ କ୍ୟାନ୍ସର ସେଲ୍ସ ଲୁଚି ରହିପାରେ ନାହିଁ ଏବଂ ଇମ୍ୟୁନ୍ ସିଷ୍ଟମ କ୍ୟାନ୍ସରକୁ ସହଜରେ ଖୋଜି ବାହାର କରିଥାଏ ।
ଅଧ୍ୟୟନରୁ ଜଣାପଡ଼ିଛି ଯେ କୋଭିଡ୍-୧୯ ଭାଇରସର RNA ଏକ ଭିନ୍ନ ଇମ୍ୟୁନ୍ ସେଲ୍ ଗଠନ କରେ, ଯାହା କ୍ୟାନ୍ସର ସହ ଲଢିପାରେ । ଏହି କୋଷ ପରେ ଟ୍ୟୁମର ଭିତରେ ଥିବା କ୍ୟାନ୍ସର ସେଲକୁ ମାରିପାରେ । ଏହି ତଥ୍ୟ ଡାକ୍ତରଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି, କାରଣ ଏହା ସାହାଯ୍ୟରେ ଇମ୍ୟୁନ ସେଲ୍ ତିଆରି କରିପାରିଥିବା ଚିକିତ୍ସା ପ୍ରଣାଳୀ ପ୍ରସ୍ତୁତ କରାଯାଇପାରିବ । ଏହାଦ୍ୱାରା ଏପରି ଏକ ଔଷଧ ପ୍ରସ୍ତୁତ ସମ୍ଭବ ହୋଇପାରିବ, ଯେଉଁଥିରେ ଆଡଭାନ୍ସ କ୍ୟାନ୍ସରର ଚିକିତ୍ସା ହୋଇପାରିବ ।