ଫିଙ୍ଗିଦେଲେ କୋଭିଡ୍ ସାମଗ୍ରୀ, ବାହାରେ ପଡିଛି ସାନିଟାଇଜର ଏବଂ ପିପିଇ କିଟ୍‌

Published By : Prameya-News7 Bureau | January 21, 2025 IST

କଟକ ୨୧।୦୧ : ଫିଙ୍ଗି ଦେଲେ କୋଭିଡ୍‌ ସାମଗ୍ରୀ । କୋଭିଡ୍ ଯୋଦ୍ଧାଙ୍କ ପାଇଁ ଆସିଥିବା ସାମଗ୍ରୀ ବାହାରେ ଫୋପଡ଼ା ଯାଇଛି । ବାହାରେ ପଡିଛି ଶହ ଶହ ପିପିଇ କିଟ୍‌, ସାନିଟାଇଜ୍‌ର ଆଦି ସାମଗ୍ରୀ ।

ଖବର ଅନୁଯାୟୀ, ସିଏମ୍‌ସି ବିଜୁ ଭବନ ସାମ୍ନା ସହୀଦ ଭବନ ପରିସରରେ ଫିଙ୍ଗାଯାଇଛି କୋଭିଡ ସାମଗ୍ରୀ । କୋଭିଡ୍ ଯୋଦ୍ଧାଙ୍କ ପାଇଁ ଆସିଥିବା ଶହ ଶହ ପିପିଇ କିଟ୍‌, ହଜାର ହଜାର ସାନିଟାଇଜର, ଆଦି ଅନେକ ସାମଗ୍ରୀ ବାହାରେ ଫିଙ୍ଗାଯାଇଛି ।ତେବେ କାହା ଅନୁମତିରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ବାହାରେ ଫିଙ୍ଗାଯାଇଛି । ସେନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏପିରିକି କିଛି ଦିନ ତଳେ କୋଭିଡ ଯୋଦ୍ଧାଙ୍କ ଆବଶ୍ୟକ ବେଳେ କୋଭିଡ ସାମଗ୍ରୀ ଯୋଗାଇ ପାରିନଥିଲା ସିଏମ୍‌ସି । ଆଉ ଏବେ ବାହାରେ ଫିଙ୍ଗା ଯାଇଛି ।


ସେପଟେ କୋଭିଡ ସାମଗ୍ରୀ ଫିଙ୍ଗା ଯିବା ଘଟଣାରେ କଟକ ମେୟର ସୁବାଷ ସିଂ କହିଛନ୍ତି ଯେ, କୋଭିଡ ସାମଗ୍ରୀ ଫିଙ୍ଗାଯିବା ଘଟଣାର ତଦନ୍ତ ହେବ । କିଛି ଅଧିକାରୀଙ୍କ ଅପାରଗତା ଯୋଗୁଁ କୋଭିଡ ଯୋଦ୍ଧାଙ୍କୁ ସେହି ସମୟରେ ସାମଗ୍ରୀ ଦିଆଯାଇପାରିନଥିଲା । ତେଣୁ ଘଟଣାର ତଦନ୍ତ ହୋଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସୀମିତ ଓଭର କ୍ରିକେଟ୍‌ରେ ରୋହିତ ଖତରନାକ୍ ପ୍ଲେୟାର, ଖାଲି ଚମ୍ପିଆନ୍ସ ଟ୍ରଫି ଆରମ୍ଭ ହେଇଯାଉ- ସୌରଭ ଗାଙ୍ଗୁଲି

 

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.