ଭଦ୍ରକ ୧୮/୦୪: ଭଦ୍ରକରେ ବେଆଇନ ଗୋରୁ ବୋଝେଇ ଗାଡି ଜବତ । ୨୮ରୁ ଅଧିକ ଗୋରୁ ଜବତ । ବିଳମ୍ବିତ ରାତିରେ ଭଦ୍ରକ ସିଟି ଡ଼ିଏସପିଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଚଢ଼ଉ କରି ଗୋରୁ ବୋଝେଇ ପିକଅପ ଭ୍ୟାନ ଜବତ କରିଛି । ବିଳମ୍ବିତ ରାତିରେ ତିହିଡିରୁ ଗୁଜିଦରଡ଼ା ଯାଉଥିବା ସମୟରେ ଏକ ଗୋରୁ ବୋଝେଇ ପିକଅପ ଗାଡିକୁ ପୋଲିସ ପିଛା କରିଥିଲା ।
ଖସିଯିବାକୁ ଉଦ୍ୟମ କରୁଥିବା ବେଳେ ଓଲଟିପଡ଼ିଥିଲା ପିକଅପ ଭ୍ୟାନ । ସେଥିରେ ଥିବା ୮ଟି ଗୋରୁ ଉଦ୍ଧାର ହୋଇଛି । ସେପଟେ ପୁରୁଣା ବଜ଼ାର ଥାନା ମିର୍ଜାପୂର ନିକଟରେ ପିକଅପ ଭ୍ୟାନ ସହ ୨୦ ଗୋରୁ ଉଦ୍ଧାର ହୋଇଛି । ତିନି ଜଣଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରୁଛି ପୋଲିସ ।