IPL ଇତିହାସର ସଫଳ ଅଧିନାୟକ, କ୍ୟାପଟେନ୍‌ ଭାବେ ହାରିଛନ୍ତି ଅଧିକ ମ୍ୟାଚ୍‌

Published By : Prameya-News7 Bureau | April 10, 2024 IST

ନୂଆଦିଲ୍ଲୀ ୧୦।୦୪: ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌ ୨୦୨୪ । ପିଲାଠାରୁ ବୃଦ୍ଧ ସମସ୍ତଙ୍କୁ ଘାରିଛି ଆଇପିଏଲ୍‌ କ୍ରେଜ୍‌ । ସେପଟେ ଟାଇଟଲ୍‌ ହାତେଇବାକୁ ସବୁ ଟିମ୍‌ କରୁଛନ୍ତି ଦମଦାର୍‌ ପ୍ରଦର୍ଶନ । ପ୍ରତି ମ୍ୟାଚ୍‌ରେ କିଛି ରେକର୍ଡ ଭାଙ୍ଗୁଛି ତ ଆଉ କିଛି ନୂଆ ରେକର୍ଡ ହେଉଛି । କିନ୍ତୁ ଜାଣନ୍ତି କି ଆଇପିଏଲ୍‌ ଇତିହାସରେ ସବୁଠାରୁ ଅଧିକ ମ୍ୟାଚ୍‌ ହାରିଥିବା କ୍ୟାପଟେନ୍‌ କିଏ ? ବୋଧହୁଏ ଏକଥା ଅନେକଙ୍କୁ ଜଣାନଥିବ, ଆସନ୍ତୁ ଜାଣିବା...

ଲିଷ୍ଟର ପ୍ରଥମରେ ଅଛନ୍ତି ମହେନ୍ଦ୍ର ସିଂ ଧୋନି । କ୍ୟାପଟେନ୍‌ କୁଲ୍‌ଙ୍କୁ ଆଇପିଏଲ୍ ଇତିହାସର ସବୁଠାରୁ ସଫଳ ଅଧିନାୟକଙ୍କ ମଧ୍ୟରେ ଗଣାଯାଏ । ଜାଣନ୍ତି କି ଆଇପିଏଲ୍‌ ଇତିହାସରେ ସବୁଠାରୁ ଅଧିକ ମ୍ୟାଚ୍‌ ହାରିଥିବା ଶ୍ରେଷ୍ଠ ଅଧିନାୟକଙ୍କ ଶୀର୍ଷରେ ରହିଛନ୍ତି କ୍ୟାପଟେନ୍‌ କୁଲ୍‌ । ମହେନ୍ଦ୍ର ସିଂ ଧୋନି ଆଇପିଏଲରେ ବର୍ତ୍ତମାନ ଯାଏଁ ଅଧିନାୟକ ଭାବରେ ହାରିଛନ୍ତି ସର୍ବାଧିକ ୯୧ଟି ମ୍ୟାଚ୍ ।

ଏହାପଛକୁ ଅଛନ୍ତି ବିଶ୍ବର ସର୍ବଶ୍ରେଷ୍ଠ ଖେଳାଳୀ ବିରାଟ କୋହଲି । କିଙ୍ଗ କୋହଲି ଆଇପିଏଲ୍‌ ଖେଳିବାଠାରୁ ହିଁ ରୟାଲ୍‌ ଚ୍ୟାଲେଞ୍ଜର୍ସ ବ୍ୟାଙ୍ଗଲୋର ପକ୍ଷରୁ ଖେଳୁଛନ୍ତି । ଆରସିବିର ପୂର୍ବ କ୍ୟାପଟେନ୍‌ ଏହି ଲିଷ୍ଟର ୨ୟରେ ରହିଛନ୍ତି । ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୭୦ଟି ମ୍ୟାଚ୍ ହାରିଛି ।

ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ୫ଥର ଆଇପିଏଲ ଟାଇଟଲ ଜିତିଛି । କିନ୍ତୁ ଅଧିନାୟକ ଭାବେ ସର୍ବାଧିକ ମ୍ୟାଚ୍ ହରାଇଥିବା ଅଧିନାୟକ ତାଲିକାରେ ରୋହିତ ଶର୍ମା ତୃତୀୟ ସ୍ଥାନରେ ଅଛନ୍ତି । ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସକୁ ୬୭ଟି ମ୍ୟାଚରେ ପରାଜୟର ସମ୍ମୁଖୀନ ହେବାକୁ ପଡିଛି । 

ଆଇପିଏଲ ଇତିହାସରେ ସର୍ବାଧିକ ମ୍ୟାଚ୍ ହରାଇଥିବା ଅଧିନାୟକଙ୍କ ତାଲିକାରେ ଗୌତମ ଗମ୍ଭୀରଙ୍କ ନାଁ ମଧ୍ୟ ରହିଛି । ଏହି ଲିଷ୍ଟରେ ଗମ୍ଭୀର ଚତୁର୍ଥ ସ୍ଥାନରେ ରହିଛନ୍ତି । ଅଧିନାୟକ ଭାବରେ ଗୌତମ ଗମ୍ଭୀର ୪୭ଟି ମ୍ୟାଚ୍ ହାରିଥିଲେ ।

ଏହାପଛକୁ ଅଛନ୍ତି ଡେଭିଡ ୱାର୍ଣ୍ଣର । ସେ ଏହି ତାଲିକାରେ ପଞ୍ଚମ ସ୍ଥାନରେ ରହିଛନ୍ତି । ଆଇପିଏଲ୍ ମ୍ୟାଚରେ ଡେଭିଡ ୱାର୍ଣ୍ଣର ଅଧିନାୟକ ଭାବରେ ୪୧ଟି ମ୍ୟାଚରେ ପରାଜୟର ସମ୍ମୁଖୀନ ହୋଇଛନ୍ତି । ତେବେ ଏହି ଲିଷ୍ଟରେ ନୂଆ ଖେଳାଳୀ ସାମିଲ୍‌ ହେବେ ଏବଂ  ସେମାନଙ୍କ ରେକର୍ଡ ମଧ୍ୟ ଅଧିକ କିମ୍ବା କମ୍‌ ହୋଇପାରେ ।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.