ଝାରସୁଗୁଡ଼ା ୧୮।୦୩ : ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲା। ତଦନ୍ତ ଲାଗି ନବ ଦାସଙ୍କ ଝାରସୁଗୁଡ଼ା ସ୍ଥିତ ସରବାହାଲ ବାସଭବନରେ କ୍ରାଇମବ୍ରାଞ୍ଚର ଦୁଇ ଜଣିଆ ଟିମ୍ । ନୂଆ ତଦନ୍ତ ଅଧିକାରୀ ଏବଂ ଜଣେ ମହିଳା ଅଧିକାରୀ ନବଙ୍କ ଘରେ ପହଞ୍ଚିଛନ୍ତି । ପୁଅ ବିଶାଳ ଦାସ, ଝିଅ ଦୀପାଳି ଦାସ ଏବଂ ସ୍ତ୍ରୀ ମୀନତିଙ୍କର ବୟାନ ରେକର୍ଡ କରାଯିବ ବୋଲି ସୂଚନା ରହିଛି ।
ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଶେଷ କରି ଚାର୍ଜସିଟ୍ ଦାଖଲ କରିସାରିଛି। ମାମଲା ଏବେ ବିଚାରଧୀନ ଥିବା ବେଳେ ୩୦ ଜଣଙ୍କ ସାକ୍ଷ୍ୟ ଗ୍ରହଣ ଶେଷ ହେଲାଣି । ଯଦି ଏହି ମାମଲାରେ କୌଣସି ଅଧିକ ତଥ୍ୟ ମିଳେ , ତେବେ ସେନେଇ ତଦନ୍ତ କରି ଆଡିସନାଲ ଚାର୍ଜସିଟ ଦାଖଲ କରିବାକୁ କ୍ରାଇମବ୍ରାଞ୍ଚକୁ ଦାୟିତ୍ଵ ଦିଆଯାଇଥିଲା। ସେହି ପରିପ୍ରେକ୍ଷୀରେ କ୍ରାଇମବ୍ରାଞ୍ଚ ଟିମ୍ ନବ ଦାସଙ୍କ ଝିଅ ଦୀପାଳି ଦାସ ଏବଂ ପୁଅ ବିଶାଳ ଦାସଙ୍କୁ ନୋଟିସ କରିଥିଲା। ଯଦି ତାଙ୍କ ପାଖରେ କୌଣସି ନୂଆ ଆପତ୍ତି କିମ୍ବା ତଥ୍ୟ ଅଛି ତାହା ଜଣାଇବାକୁ ନୋଟିସରେ ଜଣାଇଥିଲା କ୍ରାଇମବ୍ରାଞ୍ଚ। ଏହାପରେ ପୁଅ ବିଶାଳ ଏବଂ ଝିଅ ଦୀପାଳି ସମୟ ମାଗିବା ସହ ଘରେ ବୟାନ ରେକର୍ଡ କରିବା ପାଇଁ କହିଥିଲେ । ତେଣୁ ମଙ୍ଗଳବାର (ଆଜି) କ୍ରାଇମ୍ବ୍ରାଞ୍ଚର ଏକ ଟିମ୍ ନବଙ୍କ ସରବାହାଲ ସ୍ଥିତ ବାସଭବନରେ ପହଞ୍ଚିଛି।
ଅନ୍ୟପଟେ ଗତ ୧୧ ତାରିଖରେ ସ୍ବର୍ଗତ ନବ ଦାସଙ୍କ ପତ୍ନୀ ମୀନତି ଦାସ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି । ମୀନତି ଦାସ ଏହି ଚିଠିରେ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତକାର ପାଇଁ ସମୟ ମାଗିଥିବା ଜଣାପଡ଼ିଛି । ଉଭୟ ଇ-ମେଲ୍ ଓ ଡାକ ଯୋଗେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଚିଠି ପଠାଇ ସାକ୍ଷାତକାର ପାଇଁ ସମୟ ମାଗିଛନ୍ତି ମିନତୀ ।
ତୁଲସୀ ଗବାର୍ଡଙ୍କୁ ମହାକୁମ୍ଭର ପବିତ୍ର ଜଳ ଦେଲେ ମୋଦି, ବଦଳରେ ମିଳିଲା ଉପହାର