ପାରାଦୀପ ଠାରୁ ୧୫୦ କିଲୋମିଟର ଦୂରରେ ଦାନା, ଲ୍ୟାଣ୍ଡଫଲ୍‌ ପରେ ରିକର୍ଭ କଲେ ଏସବୁ ଜିଲ୍ଲାକୁ ବଡ଼ ବିପଦ

Published By : Prameya-News7 Bureau | October 24, 2024 IST

ଭୁବନେଶ୍ୱର: ପାରାଦୀପ ଠାରୁ ୧୫୦ କିଲୋମିଟର ଦୂରରେ ରହିଛି ବାତ୍ୟା ଦାନା। ଗତ ୬ ଘଣ୍ଟାରେ ୧୦ କିଲୋମିଟର ବେଗରେ ଏହା ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ୧୦୦ରୁ ୧୧୦ କିମି ବେଗରେ ପବନ ବହିବ। ଝଟକାରେ ୧୨୦ କିମି ରହିବ। ସେହିପରି ମୟୁରଭଞ୍ଜ, ଯାଜପୁର, କଟକରେ ୬୦ରୁ ୮୦ କିମି ବେଗରେ ପବନ ରହିବ। ସେହିପରି ପୁରୀ, ଖୋର୍ଦ୍ଧା, ଢେଙ୍କାନାଳ, କେନ୍ଦୁଝରରେ ପବନର ବେଗ ୫୦ରୁ ୬୦ କିମି ରହିବ। 

ସୁନ୍ଦରଗଡ଼ରେ ୪୦ରୁ ୫୦ କିମି ରହିବ। ୨୫ ତାରିଖରେ ପ୍ରବଳ ବର୍ଷା ଅନୁଗୁଳ, କେନ୍ଦ୍ରାପଡ଼ା, ଜଗତସିଂହପୁର,କଟକ, ଖୋର୍ଦ୍ଧା, ଯାଜପୁର, ଭଦ୍ରକ, ଢ଼େଙ୍କାନାଳ ଓ ପୁରୀ ପାଇଁ ରେଡ ଓ୍ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି କେଉଁଝର, ମୟୂରଭଞ୍ଜ, ବାଲେଶ୍ୱର, ନୟାଗଡ଼, ବୌଦ୍ଧ, ସୋନପୁର ପାଇଁ ଅରେଞ୍ଜ ଓ୍ୱାର୍ଣ୍ଣି ଜାରି କରାଯାଇଛି। 

ଗତ ୨୪ ଘଣ୍ଟା ମଧ୍ୟରେ ଚାନ୍ଦବାଲିରେ ୨୪.୭ ମିମି, ଓ ପାରାଦୀପରେ ୨୫.୮ମିମି ବର୍ଷା ରେକର୍ଡ କରାଯାଇଛି। 


  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.