ନଭେମ୍ବର ୨ ତାରିଖ ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ, କେନ୍ଦ୍ରୀୟ ଟିମ୍ ବି କରିବ ଅନୁଧ୍ୟାନ : ସୁରେଶ ପୂଜାରୀ

Published By : Prameya-News7 Bureau | October 27, 2024 IST

ଭୁବନେଶ୍ବର ୨୭।୧୦: ଖୁବ୍‌ଶୀଘ୍ର ବାତ୍ୟା ‘ଦାନା’ କ୍ଷୟକ୍ଷତି ରିପୋର୍ଟ ଆସିବ । କ୍ଷୟକ୍ଷତି ରିପୋର୍ଟ ଦେବାକୁ ଏସ୍‌ଆର୍‌ସି ଚିଠି ଲେଖିଛନ୍ତି । ବାତ୍ୟା ‘ଦାନା’ ପ୍ରଭାବିତ ୧୪ ଜିଲ୍ଲାର ଜିଲ୍ଲାପାଳ ଏବଂ ସଚିବକୁ ଚିଠି ଲେଖିଛନ୍ତି । ନଭେମ୍ବର ୨ ତାରିଖ ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସୋମବାର ପାଗ ଅନୁକୂଳ ରହିଲେ ମୁଖ୍ୟମନ୍ତ୍ରୀ ଆକାଶମାର୍ଗରୁ ଅନୁଧ୍ୟାନ କରିବେ । କେନ୍ଦ୍ରକୁ ରିପୋର୍ଟ ଦିଆଯିବ । କେନ୍ଦ୍ରୀୟ ଟିମ୍ ମଧ୍ୟ ଆସିବେ । କ୍ଷତିପୂରଣ ବି ଦିଆଯିବ ।

ପକ୍କା ଘର ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବ୍ୟବସ୍ଥା ଅଛି । ହେଲେ ଏହା ବନ୍ୟା ବାତ୍ୟାରେ ଭାଙ୍ଗୁଛି । ଏହାକୁ ଅନୁଧ୍ୟାନ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କେତେ ସଂଖ୍ୟାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ମିଳିଛି ଓ ବାକି କାହିଁକି ହୋଇନି, ତାହାର ରିପୋର୍ଟ ଦେବେ । ପଂଚାୟତିରାଜ ବିଭାଗ ଏ ଦିଗରେ କାମ ଆରମ୍ଭ କଲେଣି ଯେ ଘର କିପରି ନ ଭାଙ୍ଗିବ । ବାତ୍ୟାରେ କୌଣସି ଅସ୍ୱାଭାବିକ ମୃତ୍ୟୁ ହୋଇନି । ଜଣେ ୮୨ ବର୍ଷ ମହିଳାଙ୍କୁ ରିଲିଫ ସେଣ୍ଟର ଅଣାଯାଇଥିଲା । ତାଙ୍କୁ ଅସୁସ୍ଥ ଲାଗିବାରୁ ପୁଅ ଘରକୁ ନେଇଗଲେ । ହେଲେ ଆମ ଅଧିକାରୀ ତାଙ୍କୁ ପୁଣି ରିଲିଫ ସେଣ୍ଟର ଆଣିଲେ । ରିଲିଫ ସେଣ୍ଟରରେ ତାଙ୍କ ମୃତ୍ୟୁ ହେଲା । ପୋଷ୍ଟ ମର୍ଟମ ରିପୋର୍ଟ କହୁଛି ଯେ, ତାଙ୍କର ବାର୍ଦ୍ଧକ୍ୟ ଓ ଆଘାତଜନିତ ମୃତ୍ୟୁ । କେନ୍ଦୁଝର ମୃତ୍ୟୁ ବି ଅସ୍ୱାଭାବିକ ନୁହେଁ । ମୃତ୍ୟର ବନ୍ୟା କି ବାତ୍ୟା ସହ କୌଣସି ସମ୍ପର୍କ ନାହିଁ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଟିମ୍ ମିଳିତ ଭାବେ କାମ କରିଛି ।

You Can Read:

ରିଲିଫ୍ ସେଣ୍ଟରରେ ୭ ଦିନ ଯାଏଁ ରୋଷେଇ ଚାଲିବ, ଘର କାମ ନ ସରିବା ଯାଏଁ ଲୋକ ଖାଇପାରିବେ : ସୁରେଶ ପୂଜାରୀ

 

  • odisha
  • OdishaNews
  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.