ବାତ୍ୟାକୁ ନେଇ ନୂଆ ଅପଡେଟ୍ ; ପୁରୀ ସାଗରଦ୍ୱୀପ ମଝିରେ ଲ୍ୟାଣ୍ଡଫଲ କରିବ ବାତ୍ୟା ‘ଦାନା

Published By : Prameya-News7 Bureau | October 21, 2024 IST

ଭୂବନେଶ୍ୱର 21/10: ବାତ୍ୟା ‘ଦାନା’କୁ ନେଇ ନୂଆ ଅପଡେଟ୍ । ପୁରୀ ସାଗରଦ୍ୱୀପ ମଝିରେ ଲ୍ୟାଣ୍ଡଫଲ କରିବ ବାତ୍ୟା ‘ଦାନା’ । ୨୪ ତାରିଖ ରାତି କିମ୍ବା ୨୫ ତାରିଖ ଭୋର ସମୟରେ ବାତ୍ୟା ସ୍ଥଳଭାଗ ଛୁଇଁବା ନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ। ଭୀଷଣ ବାତ୍ୟା ବା ସିଭିୟର ସାଇକ୍ଲୋନ ଷ୍ଟର୍ମ ରୂପ ନେଇ ସ୍ଥଳଭାଗ ଛୁଇଁବ ବାତ୍ୟା। 

ବାତ୍ୟା ନେଇ ଆଇଏମଡି ଡିଜି ଡ. ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ଆଜି ସକାଳେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା କାଲି ଡିପ୍ରେସନ ବା ଅବପାତର ରୂପ ନେବ। ଅବପାତ ପରେ ବାତ୍ୟାର ଲ୍ୟାଣ୍ଡଫଲ ନେଇ ସ୍ପଷ୍ଟତା ଆସିବ। ଏନେଇ ପୁରୀ ଓ ପଶ୍ଚିମବଙ୍ଗର ୨୪ ପ୍ରଗଣା ପର୍ଯ୍ୟନ୍ତ ଆଲର୍ଟ କରାଯାଇଛି। ତେବେ ବାତ୍ୟାର ରୂପ ନେବା ପରେ ଏହା କେଉଁଠି ଲ୍ୟାଣ୍ଡଫଲ କରିବ ଜଣାପଡ଼ିବ। ବାତ୍ୟାର ତୀବ୍ରତା ସିଭିୟର ସାଇକ୍ଲୋନ ପର୍ଯ୍ୟନ୍ତ ଯିବ। ସୁପର ସାଇକ୍ଲୋନ୍‌ର ସମ୍ଭାବନା ନାହିଁ।

ଏହି ସମୟରେ ପବନର ବେଗ ୧୦୦ରୁ ୧୧୦ କିଲୋମିଟର ରହିପାରେ। ଅତିବେଶିରେ ପବନର ବେଗ ୧୨୦ କିଲୋମିଟର ଛୁଇଁପାରେ ବୋଲି କହିଛନ୍ତି IMD DG। ତେବେ ଭୟଭୀତ ନହୋଇ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି। 

ସେପଟେ ବାତ୍ୟା ପ୍ରଭାବରେ ୨୪ ତାରିଖରେ ରାଜ୍ୟରେ ଅତି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ରହିଛି ରେଡ୍ ୱାର୍ଣ୍ଣିଂ। ମୟୂରଭଂଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂପୁର, କଟକ, ଯାଜପୁରକୁ ରେଡ ୱାର୍ଣ୍ଣିଂ ରହିଛି ।

Also Read-

ପାଣିପାଗ ବିଜ୍ଞାନୀଙ୍କ ଆକଳନ, ପୁରୀରୁ ବାଲେଶ୍ୱର ଭିତରେ ଅତିକ୍ରମ କରିପାରେ ବାତ୍ୟା ‘ଦାନା’ 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.